ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜଙ୍କ ବିୟୋଗ

ଢେଙ୍କାନାଳ, ୦୯/୦୪/୨୦୨୫ (ଓଡ଼ିଶା ସମାଚାର)- ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଭଞ୍ଜଙ୍କ ୮୭ ବର୍ଷ ବୟସରେ ବିୟୋଗ ଘଟିଛି । ମଙ୍ଗଳ ବାର ରାତ୍ର ତିନି ଘଣ୍ଟିକା ସମୟରେ ନିଜ ମିନା ବଜାର ବାସଭବନରେ ତାଙ୍କର ବିୟୋଗ ଘଟିଛି । ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ବରିଷ୍ଟ ସମାଜ ସେବୀ ଗଙ୍ଗାଧର ସାମଲ ,ଯୁବ ସମାଜ ସେବୀ ଶିଳ୍ପପତି ଡାକ୍ତର ଅବିନାଶ ସାମଲ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସ୍ବର୍ଗତ ଭଞ୍ଜ ଗନ୍ଦିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ସମୟରେ ଖାଲି ଗନ୍ଦିଆ ନୁହଁ ସମଗ୍ର ଢେଙ୍କାନାଳ ଜିଲ୍ଲା ର ଅନେକ ଉନ୍ନତି ମୂଳକ କାର୍ୟ୍ୟ କରିଥିଲେ । ସେ ଜଣେ ମେଳାପି ପରୋଉପକରି ଧର୍ମପରାୟଣ ସମାଜସେବୀ ମଣିଷ ଥିଲେ ।

ରେଭେନ୍ସା କଲେଜରେ ପଢ଼ିଲାବେଳେ ୟୁନଭରସିଟି ର ହକି ଦଳର ଅଧିନାୟକ ରହିଥିଲେ । କ୍ରୀଡାବିତ୍ ଭାବରେ ଜିଲ୍ଲା ତଥା ରାଜ୍ୟରେ ତାଙ୍କର ଅନେକ ସୁନାମ ରହିଥିଲା । ଏଭଳି ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଭଞ୍ଜଙ୍କ ବିୟୋଗରେ ଜିଲ୍ଲା ତଥା ରାଜ୍ୟର ଅପୂରଣୀୟ କ୍ଷତି ଘଟିଲା । ତାଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାରକୁ ଭଗବାନ ଏହି ଦୁଃଖ ସମୟରେ ସହାୟ ହୁଅନ୍ତୁ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *