ଲଣ୍ଡନ/ ଭୁବନେଶ୍ୱର,୦୭/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଦେଶରେ ନିଜ ଚମକ ଦେଖାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତନାମା
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ‘ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ଆୱାର୍ଡÿ’ ପାଇଛନ୍ତି । ୱେମାଉଥରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ତାଙ୍କର ଚମତ୍କାର କଳାକୃତି ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେଠାରେ ସେ ଭଗବାନ ଗଣେଶଙ୍କର ୧୦ ଫୁଟ ଉଚ୍ଚର ବାଲୁକା ମୂର୍ତିି ନିର୍ମାଣ କରି ଶାନ୍ତିର ବାର୍ତା ଦେଇଥିଲେ ।
ସୁଦର୍ଶନଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ‘ଏକ୍ସ’ ଜରିଆରେ ନିଜ ଖୁସି ବ୍ୟକ୍ତ କରି ଲେଖିଛନ୍ତି, ‘ଦ ଫ୍ରେଡ୍ ଡାରିଙ୍ଗଟନ୍’ ପ୍ରଥମ ବ୍ରିଟିଶ୍ ସ୍ୟାଣ୍ଡ ମାଷ୍ଟର ପୁରସ୍କାରରେ ସମ୍ମାନିତ ହୋଇଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ୱେମାଉଥ୍ରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭଗବାନ ଗଣେଶଙ୍କ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ବିଶାଳ ମୂର୍ତ୍ତି ମାଧ୍ୟମରେ ସେ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ତାଙ୍କର ଅବଦାନ ବିଶ୍ୱ ମଞ୍ଚରେ ଆମ ଦେଶ ତଥା ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ଆହୁରି ଗୌରବମୟ କରିଛି। https://x.com/MohanMOdisha/status/1908582259680063508
ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ସମ୍ମାନିତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
