ନିଆଳୀ,୦୬/୦୪/୨୦୨୫ (ଓଡ଼ିଶା ସମାଚାର)-ନିଆଳୀ ତଥା ଓଡିଶାର ଅଗ୍ରଣୀ ସ୍ଵେଛାସେବୀ ତଥା ଗାନ୍ଧିବାଦୀ ଅନୁଷ୍ଠାନ ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ର ୧୯ ତମ ପ୍ରତିଷ୍ଠା ଦିବସ ଅବସରରେ ପଞ୍ଚ ଦିନ ବ୍ୟାପି ଗାନ୍ଧୀ ଯୁବ ଶିବିର ଏବଂ ଗ୍ରାମୀଣ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି ।
ପ୍ରଥମ ଦିବସ ରୁ ପଞ୍ଚମ ଦିବସ ଭିତରେ କୃଷିବିତ୍ ପ୍ରମୋଦ କୁମାର ମଲ୍ଲିକ,ସ୍ଵଦେଶ ଚନ୍ଦ୍ର ଦାସ ଏବଂ ସଞ୍ଜୟ ରାଉତରାୟ,ଦ୍ୱିତୀୟ ଦିବସ ରେ ବାବାଜୀ ଅମୃତାନନ୍ଦ ଦାଶ ମହାରାଜ, ନିଆଳୀ ତହସିଲଦାର ଶ୍ରୀ ଲିଲନ ପ୍ରସାଦ ସାହୁ, ନିଆଳୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଇତିହାସ ବିଭାଗ ରଂ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ଡ଼ ପ୍ରଶାନ୍ତ ପ୍ରଧାନ, ଓଡ଼ିଆ ଅଧ୍ୟାପକ ଡ଼ ବିରଂଚି କୁମାର ସାହୁ,ସଭାପତିତ୍ୱ କରିଥିଲେ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ଼ ସେକ କଲ୍ଲୀମୁଲ୍ଲା,ତୃତୀୟ ଦିବସ ନାଇଜର ରଂ କୂଳ ସଚିଵ ପ୍ରଫେସର ଡ଼ ଅଭୟ କୁମାର ନାୟକ ଏସ ଭି ନିରତାର ରଂ ନିର୍ଦେଶକ ପ୍ରଫେସର ଡ଼ ପତିତପାବନ ମହାନ୍ତି, ଓଡିଶା ସରକାର ଙ୍କ ଯୁଗ୍ମ ଶାସନ ସଚିବ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ, ବାବା ପର୍ଶୁରାମ ଦାଶ ମହାରାଜ ଅବଧୂତ ବାବା ଆଦିତ୍ୟ ଚରଣ ଦାଶ ମହାରାଜ ଏବଂ ସଭାପତିତ୍ୱ କରିଥିଲେ ବରିଷ୍ଠ ଗାନ୍ଧିବାଦୀ ପ୍ରଫେସର ଡ଼ ଧନଦାକାନ୍ତ ମିଶ୍ର, ଚତୃର୍ଥ ଦିବସ ପୂର୍ବତନ ଅର୍ଥରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଶ୍ରୀ ରବୀନ୍ଦ୍ର ମଲ୍ଲିକ, କଂଗ୍ରେସ ମୁଖପାତ୍ର ତଥା ସୁସାହିତ୍ୟିକ ଅମୀୟ ପାଣ୍ଡଵ ଏବଂ ପଞ୍ଚମ ଦିବସ ରେ ନିଆଳୀ ତିନି ତିନି ଥର ବିଧାୟକ ହୋଇଥିବା ପ୍ରଫେସର ଡ଼ ପ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇ ଥିଲେ ।
ମୁଖ୍ୟ ବକ୍ତା ରୂପେ ନିଆଳୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୌଦାମିନୀ ମହାପାତ୍ର, ନିଆଳୀ ବ୍ଲକ ସରପଞ୍ଚ ସଂଘ ରଂ ସଭାପତି ତ୍ରିନାଥ ମହାନ୍ତି, କସର୍ଦା ସରପଞ୍ଚ ତଥା ମହୋତ୍ସବ ଆବାହକ ସୁରେଶ ପଟ୍ଟନାୟକ, ଅନୁଷ୍ଠାନ ରଂ ନିର୍ଦେଶକ କୃଷିବିତ୍ ପ୍ରମୋଦ କୁମାର ମଲ୍ଲିକ, ପ୍ରମୁଖ ଯୋଗ ଦେଇଥିଲେ ଅନୁଷ୍ଠାନ ର ସ୍ଥାୟୀ ସଭାପତି ପ୍ରସନ୍ନ ପାତ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ସଭା ପରିଚାଳନା କରିଥିଲେ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ।
ଏହି ଅବସରରେ ଦ୍ୱୀପାଞ୍ଚଳ ମହୋତ୍ସବ ଏବଂ ଶ୍ରୀ ନାରଦ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ଏବଂ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିଆଳୀ ର ସୁସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ସ୍ମୁତି ଉଦେଶ୍ୟରେ ମହାପାତ୍ର ନୀଳମଣି ସାହୁ ସାହିତ୍ୟ ସମ୍ମାନ, ସ୍ବର୍ଗତ ତ୍ରିଲୋଚନ କାନୁନଗୋଙ୍କ ସ୍ମୁତି ଉଦେଶ୍ୟରେ ଜ୍ଞାନଦୀପ ତ୍ରିଲୋଚନ କାନୁନଗୋ ଶିକ୍ଷା ସମ୍ମାନ, ସ୍ୱାଧୀନତା ସଂଗ୍ରାମୀ କଣ୍ଡୁରୀ ଚରଣ ମଲ୍ଲିକ ସେବା ସମ୍ମାନ, ସ୍ୱାଧୀନତା ସଂଗ୍ରାମୀ ନୀଳମଣି ପ୍ରଧାନ ସେବା ସମ୍ମାନ, ଗାୟକ କୁଲଭୂଷଣ ଘନ ଶ୍ୟାମ ନାୟକ ପାଲା ଶ୍ରୀ ସମ୍ମାନ, ଘନ କବି ସାହିତ୍ୟ ସମ୍ମାନ, ଦ୍ୱୀପାଞ୍ଚଳ କଳାକାର ସମ୍ମାନ ଶ୍ରୀ ନାରଦ ସମ୍ମାନ ଗ୍ରାମୀଣ ସେବା ସମ୍ମାନ ଗ୍ରାମୀଣ ଶିକ୍ଷା ସମ୍ମାନ ଏହିପରି ଅନେକ ବ୍ୟକ୍ତି ବିଶେଷ ଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା ।
ଗାନ୍ଧୀ ଦର୍ଶନ ଗାନ୍ଧୀବାଦ ଏବଂ ଅହିଂସା ର ବାର୍ତ୍ତା କୁ କିପରି ସାଧାରଣ ଲୋକେ ଗ୍ରହଣ କରିବେ ସେ ନେଇ ବକ୍ତା ମାନେ ମତ ପୋଷଣ କରିଥିଲେ ଏଥିରେ ଅନୁଷ୍ଠାନ ର ସହ ନିର୍ଦେଶକ ଲଲାଟେନ୍ଦୁ ସାହୁ, ଉପସଭାପତି ତଥା ପ୍ରେସ ୟୁନିଟ ନିଆଳୀ ର ସଭାପତି ସାମ୍ବାଦିକ ଦ୍ଵିଜବର ମହାପାତ୍ର, ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ମଲ୍ଲିକ ବାର୍ଷିକ ବିବରଣୀ ପାଠ ସହ ଧନ୍ୟବାଦ ପ୍ରଦାନ କରିଥିଲେ, ଉପାଧ୍ୟକ୍ଷ ଇଂ ଅବିନାଶ ମହାପାତ୍ର,କୋଷାଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ,ପ୍ରେସ ୟୁନିଟ ର ସମ୍ପାଦକ ସାମ୍ବାଦିକ ସନ୍ଦୀପ ମଲ୍ଲିକ, ମହୋତ୍ସବ ର ସଂଯୋଜିକା ସୁଶ୍ରୀ ମୋନାଲିସା ମୁଦୁଲି, ମହିଳା ସମ୍ପାଦିକା ପାୟଲ ପ୍ରିୟ ଦର୍ଶନୀ ପରିଡା,ପ୍ରିୟଙ୍କା ସେନାପତି, ଇପିସିତା ମଲ୍ଲିକ ପ୍ରୀତି ପ୍ରଜ୍ଞା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ପ୍ରତ୍ୟେକ ଦିବସ ରେ ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିଲେ ସାମ୍ବାଦିକ ସୁଶ୍ରୀ ସୋନାଲି ତ୍ରିପାଠୀ । କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ଏବଂ ପ୍ରତ୍ୟେକ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲଲାଟେନ୍ଦୁ ସାହୁ କୁ ପରିଚାଳନା କରୁଥିଲେ ।
