କଟକ ସଦର,୦୫/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):୨୦୨୨ ମସିହାରେ ଶ୍ରମ ପୋର୍ଟାଲ୍ ରେ ଆବେଦନ କରିଥିବା କଟକ ସଦର ଵ୍କକର ୫୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଆଜି (ଗୁରୁବାର ଦିନ) ଵ୍ଲକ ସଭାଗୃହ ରେ ଵିଡିଓ ଇଂ ପ୍ରତୀକ ସାହୁଙ୍କ ପୈ।ରୋହିତ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏନ୍ ଏଫ୍ ଏସ୍ ଏ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍-୨୦୧୩) ରାସନ କାର୍ଡ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବଣ୍ଟନ କରିଛନ୍ତି। ଏହି ଅବସରରେ ଆଗାମୀ ଦିନରେ କଟକ ସଦର ଅଞ୍ଚଳରେ ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ ଯୋଗାଇ ଦିଆଯିଵ ବୋଲି ବିଧାୟକ ଇଂ ସେଠୀ କହିଥିଲେ। ଏଥିରେ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏମ୍ ଆଇ (ଯୋଗାଣ ନିରିକ୍ଷକ) ନିହାର ସ୍ୱ।ଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
କଟକ ସଦର ଵ୍ଲକରେ ୫୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ବଣ୍ଟନ
![](https://eodishasamachar.com/wp-content/uploads/2024/12/R-2.jpg)