ସେଣ୍ଟ ଜାଭିୟାର୍ସ ହାଇସ୍କୁଲର ନବମ ବାର୍ଷିକ ଉତ୍ସବ ପାଳିତ

ଦଶରଥପୁର,୨୯/୦୩/୨୦୨୫ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ମଙ୍ଗଳପୁରସ୍ତ ସେଣ୍ଟ ଜାଭିୟାର୍ସ ହାଇସ୍କୁଲର ୯ମ ବାର୍ଷିକ ଉତ୍ସବ ୨୦୨୪/୨୫ ବେଶ ଧୁମଧାମରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ନିହାର ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଯାଜପୁର ଜିଲ୍ଲା ଉପଜିଲ୍ଲାପାଳ ଲମ୍ବୋଦର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଯାଜପୁର ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମାଝୀ, ଦଶରଥପୁର ବ୍ଲକ ବିଡ଼ିଓ ଆକାଶ ପଟ୍ଟନାୟକ, ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଦେବିଲାଲ ମଲ୍ଲିକ, ସୁବ୍ରତା ଆଇଟିଆଇ ଅଧ୍ୟକ୍ଷ ସୀତାକାନ୍ତ ଓଝା ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାସ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ବିଦ୍ୟାଳୟର ଉପାଧ୍ୟକ୍ଷ ଆଲୋକ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳଳ କରାଯାଇ ସଭା କାର୍ଯ୍ୟ ଅନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା ।  ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ନାୟକ, ବିଶ୍ୱସ୍ୱିନୀ ମହାନ୍ତି, ସୁଜାତା ନାୟକ,ନିରୁପମା ସାମଲ, ସ୍ମିତା ମହାନ୍ତି, ଅପରାଜିତା ଭୋଇ, ଅକ୍ଷ୍ୟତା ମହାନ୍ତି, କିରଣ ମିଶ୍ର ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଓ ନାଟକ ପରିବେଷଣ କରାଯାଇଥିବା ବେଳେ ବାର୍ଷିକ କ୍ରୀଡାରେ କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ  ରାଜେଶ ମିଶ୍ର, ସୁରେଶ ବେହେରା,ଶୈଳେନ୍ଦ୍ର ମହାନ୍ତି, ଶୈଳେଶ ମହାପାତ୍ର, ସୁଧାଂଶୁ ପାତ୍ର, ମାନସ କୁମାର ସାମଲ, ବିଦ୍ୟାଧର ଓଝା, ମିଳନ ମହାନ୍ତି, ଜୟଦେବ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *