ହରିଦାସପୁର ପଞ୍ଚାୟତ ନାଗମଣୀ ହାଇସ୍କୁଲରେ ସୁରଭି କାର୍ୟ୍ୟକ୍ରମ

ପାଟକୁରା,୧୫/୧୦/୨୦୨୫ (ଓଡିଶା ସମାଚାର)ଗରଦପୁର ବ୍ଳକ ଅଧୀନ ହରିଦାସପୁର ପଞ୍ଚାୟତ ନାଗମଣୀ ହାଇସ୍କୁଲରେ ଆଞ୍ଚଳିକ ସାଧନ କେନ୍ଦ୍ର ସହଯୋଗରେ ସୁରଭି ୨୦୨୫-୨୬ ଗତକାଲି ମଂଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କ୍ଲଷ୍ଟର ଅଧୀନରେ ଦୁଇଗୋଟି ଉଚ୍ଚ ବିଦ୍ୟାଳୟ ଓ ଆଠଗୋଟି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀ ସୁରଭି କାର୍ୟ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ଥିବା କୃତ୍ତି ପ୍ରତିଯୋଗୀମାନଙ୍କୁ ବ୍ଳକ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭାଗନେବାପାଇଁ ଚୟନ କରାଯାଇଛି । ଉଦ୍ଘାଟନୀ ଉତ୍ସବରେ ସଂକୃତ ଶିକ୍ଷକ ସୁରେଶ ଚନ୍ଦ୍ର ପାଣି ବେଦପାଠ କରି କାର୍ୟ୍ୟକ୍ରମର ଶୁଭମନାସିଥିଲେ । ସ୍ଥାନୀୟ ସରପଞ୍ଚ କୁଞ୍ଜଲତା ମିଶ୍ର, ସମିତି ସଭ୍ୟ ଦିଲ୍ଲୀପ କୁମାର ସାହୁ,କ୍ଲଷ୍ଟର ସି ଆର ସି ସି ରତ୍ନାକର ମହାଳି ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ବିକାଶ କିଭଳି ସୁରଭି ମାଧ୍ୟମରେ ହୋଇପାରୁଛି ସେ ବିଷୟରେ ବିଷଦ ଭାବରେ ବିଦ୍ୟାର୍ଥୀ ମାନଙ୍କୁ ବୁଝାଇଥିଲେ ।

ଉଦଯାପନୀ ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷାଧିକାରୀ ଗତିକୃଷ୍ଣ ଦାଶ, ଶିକ୍ଷାଧିକାରୀ ମନୋରଞ୍ଜନ ପଟ୍ଟନାୟକ,ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ପ୍ରମୁଖ ଯୋଗ ଦେଇ କୃତ୍ତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଚିତ୍ତରଞ୍ଜନ ଚୌଧୁରୀ,ଜ୍ୟୋତିରଞ୍ଜନ ପରିଡା, ନାରାୟଣ ରାଉତ, ଅକ୍ଷୟ କୁମାର ପରିଡା ଓ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସୁରଭି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱରେ ସୁରଭି କାର୍ୟ୍ୟକ୍ରମ ପରିଚାଳିତ ହୋଇଥିଲା । ଭାଗ ନେଇଥିବା ଉଚ୍ଚବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାର୍ଥୀ, ସମସ୍ତ କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ । ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *