ଲୋୟାର ପିଏମଜି ଛକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ରାଜ୍ୟ ସ୍ତରୀୟ କର୍ମଚାରୀ ସଂଘର ଆନ୍ଦୋଳନ ଦଶ ଦିନରେ

ଭୁବନେଶ୍ୱର,୧୯/୦୩/୨୦୨୫ (ଓଡିଶା ସମାଚାର )- ଜାତୀୟ ସ୍ୱାସ୍ଥ୍ୟ ମିଶନ ରାଜ୍ୟ ସ୍ତରୀୟ କର୍ମଚାରୀ ସଂଘର ଆନ୍ଦୋଳନ ଆଜିକୁ ଦଶ ଦିନରେ ପହଁଚିଲା । ଭୁବନେଶ୍ୱର ଲୋୟାର ପିଏମଜି ଛକରେ ଚାଲିଥିବା ଏହି ଆନ୍ଦୋଳନରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲାସ୍ବାସ୍ଥ୍ୟ କେନ୍ଦ୍ର ଓ ରାଜ୍ୟ କାର୍ୟ୍ୟାଳ ୟରେ ନିୟୋଜିତ ୪୨୦୦ କର୍ମଚାରୀ ଦୁଇ ଦଫା ଦାବି ଉପରେ ଆନ୍ଦୋଳନ କରୁଛନ୍ତି । ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରିବା ଓ ସ୍ଥାୟୀ କରିବା ।

ଏହି ସବୁ ପଦବୀ ଗୁଡିକରେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବିଭାଗ ଦ୍ୱାରା ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି । କୋଡିଏ ବର୍ଷର ଏହି କେନ୍ଦ୍ରିୟ ଯୋଜନାରେ ପ୍ରାୟ ଅଧିକାଂଶ କର୍ମଚାରୀଙ୍କ ବୟସ ଅତିକ୍ରାନ୍ତ ହୋଇ ଗଲାଣି । ହେଲେ ଆଜି ପର୍ୟ୍ୟନ୍ତ ସେମାନଙ୍କ ଜୀବନ ଜୀବିକା କଥା ସରକାର ବିଚାରକୁ ନେଇନାହାନ୍ତି । ସରକାରଙ୍କ ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର, ଅଣସଂକ୍ରାମକ ରୋଗ ଚିହ୍ନଟ, ମେଲେରିଆ ନିରାକରଣ, ଟିବି ମୁକ୍ତ ଭାରତ ଅଭିଯାନ ଓ କୋଭିଡ ମହାମାରୀ ପରିଚାଳନା ଭଳି ଅଭିଯାନକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ରାଜ୍ୟସ୍ୱାସ୍ଥ୍ୟ ବିଭାଗ ଭଲ ସ୍ଥାନରେ ରହିବା ସମ୍ଭବ ହୋଇପାରିଛି ।

ଏସବୁ ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରିବା ଠିକ ହୋଇନାହିଁ ବୋଲି ସଂଘ ତରଫରୁ ପ୍ରତିବାଦ କରାଯାଇଛି । ଦାବି ପୂରଣ ନହେବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ସଭାପତି ଅନିରୁଦ୍ଧ ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *