କଟକ ସଦର,୦୮/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ୍ ଗ୍ରାମର ଗ୍ରାମଦେବତୀ ଇଷ୍ଟଦେବୀ ମା’ ଧବଳେଶ୍ଵରୀ ଙ୍କ ତିନି ଦିନିଆ ୧୦ ମ ବାର୍ଷିକ ଯଜ୍ଞୋତ୍ସଵ ଆଜି (ଶନିବାର ଦିନ) ଆରମ୍ଭ ହୋଇଛି । 
କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ କଳସ ଶୋଭାଯାତ୍ରା କୁ ଉଦଘାଟନ କରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇ ଗ୍ରାମବାସୀଙ୍କ ଧନ୍ୟବାଦ ର ପାତ୍ର ହୋଇପାରିଛନ୍ତି।
୧୦୮ ମହିଳା କଳସ ଶୋଭାଯାତ୍ରାରେ ଯାଇଁ ମାଳିକା ବର୍ଣ୍ଣିତ ପୂଣ୍ୟତୋୟା ରତ୍ନଯୋରୀରୁ ପବିତ୍ର ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରିବା ପରେ ଯାଜ୍ଞିକ ପଣ୍ଡିତ ଵିଦ୍ୱାନ ବ୍ରାହ୍ମଣମାନଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।୧୦ ତାରିଖ ସୋମବାର ଦିନ ପୂର୍ଣ୍ଣାହୁତି ଦିବସ ସଂଧ୍ୟାରେ ଓଡ଼ିଶାର ଲଵ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଗଗନ ଜେନା ଓ ସାଥୀ ମାନଙ୍କ ପକ୍ଷରୁ ଭଜନ ସଂଧ୍ୟା ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। 
ଏଥିପାଇଁ ଉକ୍ତ ସ୍ଥାନରେ ମିନାଵଜାର ବସିଥିବା ଦେଖାଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀଙ୍କ ସହିତ ଗ୍ରାମ କମିଟି ଓ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମାନେ ସହାୟତା ପ୍ରଦାନ କରୁଛନ୍ତି ।
