ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧିଙ୍କ ଆଲୋଚନା

ଭୁବନେଶ୍ୱର,୦୬/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ରାଷ୍ଟ୍ର ଶାଖା ନିର୍ଦ୍ଦେଶକ

ଏଲିଜାବେଥ ଫୋରେ (Elisabeth Faure, Representaive & Country Director of United Nations, World Food Programme) ସାକ୍ଷାତ କରି ରାଜ୍ୟରେ ଖାଦ୍ୟ ନିରାପତ୍ତା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟରେ ଉତ୍ତମ ପୋଷଣ ଓ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ କରିବା ସମ୍ପର୍କରେ ଉକ୍ତ ସାକ୍ଷାତ ବୈଠକରେ ଆଲୋଚନା ହୋଇଛି । ସେହିଭଳି ଖାଦ୍ୟ ନିରାପତ୍ତା ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ଖାଦ୍ୟ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅନେକ ଅଗ୍ରଣୀ ପଦକ୍ଷେପ ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଅବଗତ କରାଇଥିଲେ।  ସେହିଭଳି ଜନ ପୋଷଣ କେନ୍ଦ୍ର ମାଧ୍ୟମରେ ପୁଷ୍ଟିଯୁକ୍ତ ଶସ୍ୟ ଯୋଗାଣ, ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକର ସୁଦୃଢ଼ୀକରଣ ଏବଂ ହିତାଧିକାରୀ ମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ ଅନ୍ନପୂର୍ତ୍ତି ତଥା ଶସ୍ୟ ଏଟିଏମ ଖୋଲିବା ଦିଗରେ ମଧ୍ୟ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *