ଭୁବନେଶ୍ୱର,୦୫/୦୩/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ର ସରକାରୀ ସ୍କୁଲ କୋଠାଗୁଡ଼ିକୁ ନୂତନ ରଙ୍ଗ କୋଡ୍ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସଇପିଏ) ଦ୍ୱାରା ରାଜ୍ୟର ସମସ୍ତ ଜିଲାପାଳଙ୍କୁ ସରକାରୀ ଚିଠି ପଠାଯାଇଛି । ସରକାରୀ ଚିଠିରେ ଲେଖାଯାଇଛି, ସରକାର ନୂତନ ରଙ୍ଗ କୋଡ୍ ଅନୁମୋଦନ କରିବାକୁ କହିଛନ୍ତି ।
ଏଥିରେ ରଙ୍ଗ କୋଡର କପି ସଂଲଗ୍ନ କରାଯାଇଛି । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ ସମେତ ସମସ୍ତ ସରକାରୀ ବିଦ୍ୟାଳୟରେ ନିର୍ମାଣ, ମରାମତି ଏବଂ ନବୀକରଣ କାର୍ଯ୍ୟ ସମୟରେ ଅନୁମୋଦିତ ରଙ୍ଗ କୋଡ୍ ଗ୍ରହଣ କରିବା ପାଇଁ ସମ୍ପୃକ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ଉପଯୁକ୍ତ ନିର୍ଦ୍ଧେଶ ଜାରି କରିବାକୁ ଅନୁରୋଧ କରାଯାଉଛି । ଏହି ନିର୍ଦ୍ଧେଶ ସ୍କୁଲ କୋଠାଗୁଡ଼ିକର ରଙ୍ଗ କୋଡ୍ ସମ୍ବନ୍ଧୀୟ ସମସ୍ତ ପୂର୍ବ ନିର୍ଦ୍ଧେଶକୁ ରଦ୍ଧ କରିବ । ଚିଠିରେ ନିର୍ଦ୍ଧେଶ ଅନୁଯାୟୀ ଓଡ଼ିଶା ର ସରକାରୀ ସ୍କୁଲଗୁଡ଼ିକର ରଙ୍ଗ କୋଡ୍ ଗେରୁଆ ରଙ୍ଗର ହେବ ବୋଲି ଜଣାପଡ଼ିଛି । ଏହା ସ୍କୁଲଗୁଡ଼ିକର ନିର୍ମାଣ, ମରାମତି ଏବଂ ନବୀକରଣ ସମୟରେ କାର୍ଯ୍ୟକାରୀ ହେବ ।
