ଫୁଲନଖରା ୦୩/୦୩/୨୦୨୫ (ଓଡ଼ିଶା ସମାଚାର)- ସମାଜସେବୀ ସୁନାକର ଜେନାଙ୍କ ନିଜ ବାସ ଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ୍ ଜେନାଙ୍କ ମୂଳଘର ହେଉଛି ମାହାଙ୍ଗା ଥାନା ଅନ୍ତର୍ଗତ କମଳପୁର ଗ୍ରାମରେ ହୋଇଥିଲା ବେଳେ ସେ କଟକ ଚହଟାଲେନ ୪ରେ ରହୁଥିଲେ ।
ସେ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗରୁ ୧୯୭୨ ମସିହାରେ ଅବସର ନେବା ପରେ ସମାଜସେବାକୁ ନିଜର ବ୍ରତ କରିଥିଲେ । ଏଥିସହିତ ସହରର ବିଭିନ୍ନ ସମାଜିକ ସଙ୍ଗଠନ ଓ ପୂଜା କମିଟିର ସଦସ୍ୟ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ବର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ପୁଅ ସରୋଜ ଜେନା ମୁଖାଗ୍ନି ଦେଇଥିଲେ ।
