ନୂତନ ତହସିଲଦାର ଭାବେ ସୂର୍ଯ୍ୟ ଶଙ୍କର ଦାଶ ଙ୍କ ଦାୟିତ୍ଵ ଗ୍ରହଣ

ଭୁବନ ୦୩/୦୩/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ତହସିଲ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ସୂର୍ଯ୍ୟ ଶଙ୍କର ଦାଶ ନୂତନ ତହସିଲଦାର ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଥିଲେ। ବିଦାୟୀ ତହସିଲଦାର ଶିରୀୟଲ ଶୁଭ୍ର ପଟେଲ ଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ।

ଏହା ପୂର୍ବରୁ ଶ୍ରୀଯୁକ୍ତ ଦାଶ ଗଞ୍ଜାମ ଜିଲ୍ଲା ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଜଣେ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସାମ୍ବାଦିକଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

ନୂତନ ତହସିଲଦାର ଶ୍ରୀଯୁକ୍ତ ଦାଶ ଙ୍କୁ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସୌଜନ୍ୟ ମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ବିଦାୟୀ ତହସିଲଦାର ଶ୍ରୀଯୁକ୍ତ ପଟେଲ ଭୁବନେଶ୍ବରସ୍ଥ ସାଧାରଣ ଅଭିଯୋଗ ଓ ପେନସନ ବିଭାଗକୁ ବଦଳି ହୋଇ ଯାଇଛନ୍ତି । ସେ ଜଣେ ଲୋକପ୍ରିୟ ଅଫିସର ଭାବେ ଭୁବନ ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

Leave a Reply

Your email address will not be published. Required fields are marked *