ଉତମ ମହାନ୍ତିଙ୍କ ବିୟୋଗରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଶୋକ

ଭୁବନେଶ୍ୱର,୨୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବିଶିଷ୍ଟ ଚଳଚ୍ଚିତ୍ର ତାରକା ଉତମ ମହାନ୍ତିଙ୍କ ବିୟୋଗରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗୁରୁଜୀ ଏକ ବାର୍ତାରେ କହିଛନ୍ତି ଯେ ବାରିପଦାର ଉର୍ବର କଳାଭୂମିରେ ତାଙ୍କର ଜନ୍ମ । ନିଜର ଅଭିନୟର ନିପୁଣତା ଏବଂ ବ୍ୟକ୍ତିତ୍ୱର ପରାକାଷ୍ଠା ବଳରେ ସେ ଶିଖରକୁ ଉଠିପାରିଥିଲେ ।

ଦୀର୍ଘବର୍ଷରୁ ଉତମ ଏବଂ ତାଙ୍କ ପରିବାର ମୋର ସାନ୍ନିଧ୍ୟରେ ରହିଆସିଛନ୍ତି । ଦୁଃଖ ସୁଖ ସବୁ ସମୟରେ ସେମାନେ ମୋ ସହିତ ଯୋଗାଯୋଗ କରୁଥିଲେ । ଆଗରୁ ଥରେ ତାର ଦେହ ଭୀଷଣ ଖରାପ ହୋଇଥିଲା ।

ସେଥର ସେ ଭଲ ହୋଇଯାଇଥିଲେ । ଏଥର ତାର ବଞ୍ଚିବା ଆଶା କ୍ଷୀଣ ଜଣାପଡ଼ୁଥିଲା । ଗତକାଲି ମୁଁ ଶିରିଡ଼ିରୁ ଫେରିବା ପରେ ତାଙ୍କ ପରିବାର ମତେ ଏହି ଦୁଃଖଦ ସମ୍ବାଦ ଦେଲେ ।

ଉତମଙ୍କ ବିୟୋଗ ଓଡ଼ିଶାର କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଇବା ସହିତ ଉତମଙ୍କ ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଗୁରୁଜୀ କହିଛନ୍ତି ।

Leave a Reply

Your email address will not be published. Required fields are marked *