ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଶୋକ ବାର୍ତା 

ଭୁବନେଶ୍ୱର,୨୮/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଓଡ଼ିଆ ସିନେ ଜଗତର ଅପ୍ରତିଦ୍ବନ୍ଦି ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଓଡ଼ିଆ ଚଳଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ।  ଏକ ଶୋକ ବାର୍ତାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତିଯେ ସ୍ବର୍ଗତ ମହାନ୍ତି ଖୁବ ଲୋକପ୍ରିୟ ନାୟକ ଥିଲେ, ଅଭିନୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି ।

ଓଡ଼ିଆ ସହ ଅନେକ ବଙ୍ଗାଳି ଓ ଏପରିକି ହିନ୍ଦୀ ଚଳଚିତ୍ରରେ ଅଭିନୟ କରି ନିଜର କଲାତ୍ମକ ଦକ୍ଷତାର ପରିଚୟ ଦେଇଛନ୍ତି ।

ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ବାଚସ୍ପତି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି ।

-0-

ବିଭୁତି ନାୟକ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *