ଜଗତସିଂହପୁର ରେ ବ୍ଲକସ୍ତରୀୟ  ଆଇନ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର, ୧୫/୦୨/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟ ମହିଳା କମିଶନ ଙ୍କ ତରଫ ରୁ ଜ଼ିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା ତା ୧୪.୦୨.୨୦୨୫ ରିଖ ଶୁକ୍ରବାର ଦିନ ଜଗତସିଂହପୁର ସହର ସ୍ଥିତ ଏସ ଭି ଏମ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ଜ଼ିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ଅନୁଷ୍ଠିତ ହୋଇ ଥିବା ବ୍ଲକ ସ୍ତରୀୟ କର୍ମଶାଳା ରେ ଶ୍ରୀ ରତିରଞ୍ଜନ ବେହେରା, ଉପାଧ୍ୟକ୍ଷ, ଜଗତସିଂହପୁର ବ୍ଲକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳା ଉଦ୍ଘାଟନ କରି ଥିଲେ  ।

ଶ୍ରୀମତୀ ସରୋଜିନୀ ସିଂ, ଡି.ଏସ.ପି,  ଜଗତସିଂହପୁର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ କର୍ମଶାଳା ରେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କର ମହନୀୟତା କୁ ସ୍ମରଣ କରାଇଥିବା ସହିତ ସାମ୍ବିଧାନିକ ବିଧି ବ୍ୟବସ୍ତା ରେ ମହିଳା ମାନଙ୍କ ନିମନ୍ତେ ଅଧିକାର ଓ ନ୍ୟାୟ ଗୁଡିକ ଆଲୋଚନା କରିବା ସହିତ , ସମସ୍ତ ମହିଳା ମାନଙ୍କୁ ଆଇନ ସଂଗତ ଅଧିକାର ଏବଂ ସଚେତନତା ଉପରେ ଗୁରୁତ୍ୱ ଆରୋପ କରିଥିଲେ  ।

ଜଗତସିଂହପୁର ବ୍ଲକର ଅତିରିକ୍ତ ମଣ୍ଡଳ ଉନୟନ ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା ନିଜର ବକ୍ତବ୍ୟରେ ଭାରତୀୟ ସଂସ୍କୃତି ରେ ଲକ୍ଷ୍ମୀ, ସରସ୍ବତୀ ଓ ଦୁର୍ଗା ଙ୍କ ମହିମା ଉପରେ ଆଲୋକପାତ କରିବା ସହିତ ମହିଳା ମାନେ ନିଜକୁ ଦୁର୍ବଳା ବୋଲି ନିଜକୁ ନ ଭାବି ପରିବାର ରୁ ରାଷ୍ଟ୍ର ପର୍ଯ୍ୟନ୍ତ ନେତୃତ୍ୱ ନେବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ପ୍ରମୁଖ ବକ୍ତା ମାନେ ସମାଜରେ ମହିଳା ମାନଙ୍କ ଜୀବନ ରେ ଯେଉଁ ସବୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବ ରେ ମୁକାବିଲା କରି ଆଗକୁ ଚାଲିବା ସହିତ, ସେମାନଙ୍କ ର ମାନବିକ ଅଧିକାର କୁ ଅକ୍ଷୁର୍ଣ ରଖିବା, ସମସ୍ତ ଶିଶୁ କନ୍ୟାମାନେ ଯେପରି ସମାନ ଭାବ ରେ ଶିକ୍ଷା ପାଇ ପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ  ।

ଏସ ଭି ଏମ ମହାବିଦ୍ୟାଳୟ ର ଇନ ଚାର୍ଜ ପ୍ରିନସିପାଲ ଶ୍ରୀମତୀ ମନୋଜା ମଞ୍ଜରୀ ଉପସ୍ଥିତ ଥିବା ସମସ୍ତ ଛାତ୍ରୀ ମାନଙ୍କୁ ନିଜ ଅଭିଭାଷଣ ରେ ସଶକ୍ତ ଏବଂ ସ୍ୱାବଲମ୍ବୀ ହେବ ପାଇଁ ଆଲୋକପାତ କରିଥିଲେ । ଜ଼ିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ, ଉକ୍ତ କାର୍ଯ୍ୟକ୍ରମ ରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ବିଜୟଲକ୍ଷ୍ମୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଜ଼ିଲ୍ଲା ର ପ୍ରମୁଖ ଶିକ୍ଷାବିତ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ସଭା କାର୍ଯ୍ୟ ର ସୁପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *