ଯମୁନାକୋଟ ଭାଗବତ ଟୁଙ୍ଗୀ ରେ ୨୩ ତମ ସାପ୍ତାହିକ ଭାଗବତ ପାରାୟଣ ଅନୁଷ୍ଠିତ 

ଭୁବନ,୧୪/୦୨/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମ ଭାଗବତ ଟୁଙ୍ଗୀ ରେ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ୨୩ ତମ ଭାଗବତ ପରାୟଣ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଵ୍ୟାସ ଭାବେ ପଣ୍ଡିତ ନିଳମଣି ପଣ୍ଡା,ଧାରକ ଭାବେ ନିରଞ୍ଜନ ମିଶ୍ର,ରାଜା ପରୀକ୍ଷିତ ଭୂମିକାରେ ଗତି ନାୟକ, ଶୁକଦେବ ଭାବେ ସାଧୁ ଶ୍ରୀପାଦ ଭକ୍ତି ବେଦାନ୍ତ ଵୋଧାୟନ ଗୋସ୍ବାମୀ ମହାରାଜ୍ କାର୍ଯ୍ୟ ସମ୍ପାଦାନ କରିଥିଲେ। ପ୍ରତିଦିନ ସଭକ୍ତିକ ସନ୍ଧ୍ୟା ଭଜନ ଗାୟତ୍ରୀ ମହିଳା ମଣ୍ଡଳ ଯମୁନାକୋଟ ଶାଖା, କେଶବ ଠାକୁର ଯମୁନାକୋଟ ଶାଖା, ସତ୍ୟ ସାଇ ସେବାନୁଷ୍ଠାନ ଯମୁନାକୋଟ ଶାଖା ଓ ଯମୁନାକୋଟ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀର ଭାଇଭଉଣୀ ମାନେ ପରିବେଷଣ କରିଥିଲେ।

ନନ୍ଦୋତ୍ସବ ମହାସମାରୋହରେ ପାଳିତ ହୋଇଥିଲା।ନଗର ପରିକ୍ରମା ରେ ମଠକରଗୋଳା ର ବୈଷ୍ଣବ ଭାଇଭଉଣୀ, ଯମୁନାକୋଟ ଗ୍ରାମର ସମସ୍ତ ସଂକୀର୍ତ୍ତନମଣ୍ଡଳୀ, ଆଦିପୁରା ଓ ଯମୁନାକୋଟ ଗ୍ରାମର ଗୋପାଳ ଭାଇମାନେ ଲଉଡି ଖେଳ ପ୍ରଦର୍ଶନ କରିଥିଲେ।

ନଗର ପରିକ୍ରମାରେ ପୂର୍ବତନ ସରପଞ୍ଚ ଶ୍ରୀମତୀ ଖୁଲଣା ରାଉତ, କୃଷ୍ଣପୁର ଗ୍ରାମର ଶ୍ରୀମତୀ ମାନସି ପାଣି, ଭୁବନେଶ୍ଵରରେ ରହୁଥିବା ଯମୁନାକୋଟ ଗ୍ରାମର ଅଵସରପ୍ରାପ୍ତ ଯନ୍ତ୍ରୀ ନିର୍ମଳ ବେହେରା, ବରିଷ୍ଠ ଗୁରୁଭାଇ ବ୍ରଜବନ୍ଧୁ ରାଉତ, କେଶବ ଚନ୍ଦ୍ର ମଲିକ, ମଦନ ବେହେରାଦି ଯୋଗଦାନ କରିଥିଲେ। ନନ୍ଦୋତ୍ସବ କୁ ଭାଗବତ ଟୁଙ୍ଗୀ ର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଣି, ସମ୍ପାଦକ ଅଦ୍ଵୈତ ସାହୁ ପରିଚାଳନା କରିଥିଲେ। ପ୍ରତିଦିନ ସ୍ୱାଧ୍ୟାୟ ,ଯଜ୍ଞ, ଅନ୍ନପ୍ରସାଦସେବନ, ଭକ୍ତି ବେଦାନ୍ତ ଵୋଧାୟନ ମହାରାଜାଙ୍କ ଠାରୁ ଜୀବନ ଦର୍ଶନ, ଭାଗବତର ତତ୍ତ୍ବଭିତିକ ପ୍ରଵଚନ ଶ୍ରଵଣ କରାଯାଇଥିଲା। ପ୍ରବଚନ ଜ୍ଞାନ ଯଜ୍ଞରେ ପ୍ରତିଦିନ ୫୦୦ ରୁ ଅଧିକ ଶ୍ରୋତା ଯୋଗଦାନ କରିଥିଲେ।

ଅନ୍ତିମ ଦିନ ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନିରୁପମା ମହାନ୍ତି ଶୁକଦେବ ମହାରାଜ ଭକ୍ତି ବେଦାନ୍ତ ଵୋଧାୟନ ମହାରାଜାଙ୍କୁ ଓ ବରିଷ୍ଠ ଗୁରୁମା ଶ୍ରୀମତୀ ନିରୁପମା ନାୟକ ଵ୍ୟାସ ଶ୍ରୀ ନିଳମଣି ପଣ୍ଡାଙ୍କୁ ପୂଜାର୍ଚ୍ଚନା କରି ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଶିଶୁ ମନ୍ଦିର ର ଛାତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ପାଣି, ଜ୍ୟୋତିର୍ମୟୀ ରାଉତ, ଲକ୍ଷ୍ମୀପ୍ରିୟା ସାହୁ, ଆକାଂକ୍ଷା ନାୟକ ଗୁରୁ ବନ୍ଦନା ଓ ବେଦପାଠ କରିଥିଲେ।

ଉଦଯାପନୀ ଅବସରରେ ମାତାଜୀ ଶର୍ମିଷ୍ଠା ରାଉତ ଓ ଭାଗବତ ଟୁଙ୍ଗୀ ର ସଭାପତି ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାଣି ଭାଗବତ ଟୁଙ୍ଗୀ ଓ ଭାଗବତ ପାରାୟଣ ର ଐତିହ୍ୟ ଇତିଵୃତ୍ତି କୁ ସ୍ମୃତି ଚାରଣ କରି ଗ୍ରାମବାସୀ ତଥା ଭାଗବତ ଟୁଙ୍ଗୀ ର ଗୁରୁଭାଇ,୨୩ ବର୍ଷ ଧରି ପାରାୟଣର ସବୁ କ୍ଷେତ୍ରରେ ସହାୟତା କରୁଥିବା ଧର୍ମପତ୍ନୀ ଶ୍ରୀମତୀ ପ୍ରତିମା ପାଣି ଏବଂ ଚଳିତ ବର୍ଷ ପ୍ରତିଟି କ୍ଷେତ୍ରରେ ସହାୟତା କରୁଥିବା ସମ୍ପାଦକ ଅଦ୍ଵୈତ ସାହୁ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଗୁରୁଭାଇ ଭୀମସେନ ସାହୁ , ବିକ୍ରମ ବେହେରା, ଅଚ୍ୟୁତାନନ୍ଦ ସାହୁ, ଚକ୍ରଧର କାଣ୍ଡି, ବ୍ରଜବନ୍ଧୁ ରାଉତ, କେଶବ ମଲିକ, ମଦନ ବେହେରା ଙ୍କ ସହଯୋଗରେ ପାରାୟଣ ସଫଳ ହୋଇଥିବାରୁ ଶ୍ରୀଯୁକ୍ତ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *