ନିଆରା ସାମାଜିକ କର୍ମୀ ତବିନ୍ ,ମାଗଣାରେ ବସ୍ତି ପିଲାଙ୍କ ପାଇଁ ଶିକ୍ଷା କୁ ଗୁରୁତ୍ଵ ଦିଅନ୍ତି ।

 ଯାଜପୁର, ୨୪/୧୨/୨୦୨୩ (ଓଡ଼ିଶା ସମାଚାର)-  ଜିଲ୍ଲାର ଜଣେ ଯୁବ ସାମାଜିକ କର୍ମୀ ତବିନ ସାମଲ ତାଙ୍କ ଏଲଏସ ଏଜୁକେସନାଲ ଫାଉଣ୍ଡେସନ ଯାଜପୁର ଟାଉନ ଅଞ୍ଚଳରେ ଗରିବ ବସ୍ତି ପିଲାଙ୍କ ପାଇଁ   ଶିକ୍ଷା ପ୍ରଦାନ କରି ବେଶ ଚର୍ଚ୍ଚାର ଆସିଛନ୍ତି ।  କଲେଜ  ଛାତ୍ର, ଶିକ୍ଷକମାନେ ଏହି ମହାନ ମିଶନରେ ଯୋଗ ଦେଇଛନ୍ତି , ସେମାନଙ୍କ ଫ୍ରି  ଦିନରେ ସେମାନେ ଏହି ଛାତ୍ରମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିଥାନ୍ତି। ତବିନ ଯାଜପୁରର ବିଭିନ୍ନ ବସ୍ତି ଅଞ୍ଚଳରେ ଏହି ପିଲା ମାନଙ୍କୁ ବିଭିନ୍ନ  ସମୟରେ ପେନ୍, ଖାତା ,ବହି , ପେନ୍ସିଲ୍, ବ୍ୟାଗ୍ ଏବଂ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ ଯୋଗାଇ ଦିଅନ୍ତି ।  ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, କମ୍ବଳ, ୟୁନିଫର୍ମ, ଖେଳ ସାମଗ୍ରୀ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ କରିବା ତାଙ୍କର ଏକ ନିୟମିତ ସାମାଜିକ କାରୀ ବୋଲି ପାଗଳ ସାଥୀ ମୋହନ ମହାରଣା କହିଛନ୍ତି , ମୋହନ ଙ୍କ ଖିବା ଅନୁଯାୟୀ ତବିନ୍ ସଦାସର୍ବଦା ଶିକ୍ଷାକୁ ଗୁରୁତ୍ଵ ଦିଅନ୍ତି । ଯୁବକମାନଙ୍କୁ ରକ୍ତ ଦାନ କରିବାକୁ ମଧ୍ୟ  ସେ ପ୍ରୋତ୍ସାହିତ କରିଥାନ୍ତି , ଏହି ପରିପ୍ରେକ୍ଷୀରେ ସେ ସହରର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରି ରକ୍ତ ସମସ୍ୟାରେ ନିଜକୁ ସାମିଲ କରିଥାନ୍ତି। କୋଭିଡ ବେଳେ ନିୟମିତ ଓ ଅନବରତ  ସାମାଜିକ କାର୍ଯ୍ୟ ନୂତନ  କରି ଆସୁଥିବା ଲୋକଙ୍କ ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଥାଏ । ବିଭିନ୍ନ ସଂଗଠନ ସାମାଜିକ କ୍ଷେତ୍ରରେ  ତାଙ୍କୁ ସମ୍ମାନିତ କରିଛନ୍ତି । ସୂଚନା ଅନୁଯାୟୀ ତବିନ ଏହି ମାସରେ ରାସ୍ତା କଡ ରେ ରହୁଥିବା ଲୋକ ମାନଙ୍କୁ କମ୍ୱଳ ବାଣ୍ଟିଛନ୍ତି ଓ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *