ଖୋର୍ଦ୍ଧା,୨୪/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ରେଳମଣ୍ଡଳ ଅନ୍ତର୍ଗତ ନିରାକାରପୁର ଷ୍ଟେସନ ଠାରେ ଆଂଚଳିକ ହିନ୍ଦୁ ସଙ୍ଗଠନର ସଭାପତି ପ୍ରସାଦ ଦାସ ଙ୍କ ଆବାହକତ୍ୱରେ ଷ୍ଟେସନ ପରିସରରେ ଏକ ଗୁରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୩୦ ତାରିଖରେ ନିରାକାରପୁର ଷ୍ଟେସନ ରେ ନୁତନ ଭାବେ ଅପ୍ ଓ ଡାଉନ ପ୍ରଶାନ୍ତି ଏକ୍ସପ୍ରେସ ରହଣୀ କୁ ସ୍ବାଗତ ଜଣାଇବା ପାଇଁ ଅଞ୍ଚଳର ସମାଜସେବୀ, ଵୁଦ୍ଧଜିଵି, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଶନ୍ନ କୁମାର ନନ୍ଦ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଦିନବନ୍ଧୁ କର, ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ କୁମାର ପ୍ରଧାନ, ୧୨ ନମ୍ବର ଭାଜପା ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ , ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ଲେଣ୍ଡୁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିନୋଦିନୀ ଦାଶ , ସିପିଏମ ନେତା ଵିଧୁଭୁଷଣ ମହାରଣା , ସ୍ଥାନୀୟ ଅଂଚଳର ଭାଜପା ବରିଷ୍ଠ ନେତା ବିଜୟ ଜୟସିଂହ, ଇସ୍ବାର୍ଡ ସଂପାଦକ ମ୍ରୁତ୍ୟୁଞ୍ଜୟ ପ୍ରଧାନ, ରାମଦୟା ପରିଷଦ ଯୁଗ୍ମ ସଂପାଦକ ରାମନାଥ ଦାସ,ଯୁବ ନେତା ସୁକେଶ ସେନାପତି,ସନ୍ତୋଷ ଦଳେଇ,ମାଧବ ପାଟ୍ଟଶାଣୀ, ପିଣ୍ଟୁ ବେହେରା ଓ ଅଞ୍ଚଳର ବୁଦ୍ଧିଯିବି ଓ ଯୁବଗୋଷ୍ଠୀ ଏହି ବୈଠକ ରେ ଯୋଗ ଦେଇଥିଲେ। ଏକ କୋର କମିଟି ଗଠନ କରାଗଲା । ଆସନ୍ତା କାଲି କୋର କମିଟି ବୈଠକରେ କିଭଳି ଭାବେ ସ୍ବାଗତ ସଂବର୍ଦ୍ଧନା କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରାଯାଇ ପାରିବ , ନିଷ୍ପତ୍ତି ନିଆଯିବ ବୋଲି ଆବାହକ ପ୍ରସାଦ ଦାସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।