ନିରାକାରପୁର, ୨୨/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନରେ ଦୀର୍ଘ ଦିନ ଧରି ଏଣେତେଣେ ଘୂରି ବୁଲୁଥିବା ୨୩ ଟିକିଆ ହାତୀ ପଲ ଏବେ ଖୋର୍ଦ୍ଧା ବନାଞ୍ଚଳ ଅଧୀନସ୍ଥ ଧଉଳିମୁଁହ ଅଞ୍ଚଳ ରେ ପହଞ୍ଚି ଦୌରତ୍ମ୍ୟ ଆରମ୍ଭ କରିଛନ୍ତି। ଉକ୍ତ ଅଞ୍ଚଳ ରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଧଉଳିମୂହଁ ଗ୍ରାମ ପଞ୍ଚାୟତ ରାମଚଣ୍ଡୀ ଗ୍ରାମ ରେ ଉକ୍ତ ହାତୀ ପଲ ରୁ ଅଲଗା ହୋଇ ଏକ ଦନ୍ତା ହାତୀ ବ୍ୟାପକ ଧାନଫସଲ ନଷ୍ଟ କରିଛି । ଗତକାଲି ରାତି ରେ କାଳୁ ବଳିୟାର ସିଂହ, ଶୁଭ୍ରାଂଶୁ କୁମାର ପାତ୍ର, ରବିନ୍ଦ୍ର ଚମ୍ପତି ପ୍ରଭୁତି ଅନେକ ଚାଷୀ ଙ୍କ ର ଦଳି ଚକଟି ଫସଲ ନଷ୍ଟ କରିଛି। ନିକଟସ୍ଥ କାଜୁ ଜଙ୍ଗଲରେ ରହୁ ଥିବାବେଳେ ରାତିରେ ଧାନ ବିଲକୁ ଆସି ଧାନ ଫସଲ ନଷ୍ଟ କରୁଛନ୍ତି। ସେମାନେ ରେଳ ଧାରଣ ପାଖକୁ ଆସୁଥବାରୁ ଟ୍ରେନ ଗୁଡ଼ିକର ଗତିକୁ ଉକ୍ତ ଅଞ୍ଚଳ ରେ କମା ଯାଇଛି। ତୁରନ୍ତ ଏହି ଅଞ୍ଚଳରୁ ହାତୀ ପଲ ଙ୍କୁ ଘେଉଡ।ଇବାକୁ ଦାବି ହେଉଛି ।
ଧଉଳିମୁଁହ ରେ ଏବେ ହାତୀ ପଲ : ଦଳାଚକଟାରେ ଧାନ ଫସଲ ନଷ୍ଟ
