ନିଶାମୁକ୍ତ ସମାଜ ପାଇଁ ଶପଥ ନେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୦୨/୦୧/୨୦୨୫ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲୁ୍ୟନ୍ଟାରୀ ୱାର୍କ ତରଫରୁ ଦୀର୍ଘଦିନ ଧରି ନିଶା ସେବନ ବିରୁଦ୍ଧରେ ବସ୍ତିରେ ସଚେତନତା କାର୍ଯ୍ୟକ୍ରମ, ଭିଡ଼ିଓ ଓ ଅଡ଼ିଓ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ, ନିଶାସେବନ ବିରୁଦ୍ଧରେ ପଦଯାତ୍ରା ଓ ସମ୍ପୂର୍ଣ୍ଣ ନିଶାମୁକ୍ତ ସମାଜ ପାଇଁ ସରକାରଙ୍କ ପାଖରେ ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରିବା ଆଦି କାର୍ଯ୍ୟ କରି ଆସୁଅଛି । ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବର୍ଷର ପ୍ରଥମ ସପ୍ତାହରେ ନିଶା ସେବନ ବିରୁଦ୍ଧରେ ଏକ ଆନ୍ଟି ଡ୍ରଗ୍ କ୍ୟାମ୍ପେନ ଭୁବନେଶ୍ୱରସ୍ଥିତ ନିକୋପାର୍କ ରାସ୍ତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୭୦ରୁ ଉଦ୍ଧ୍ୱର୍ କଲେଜ ଛାତ୍ରଛାତ୍ରୀ, ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ରହି ନିଶାମୁକ୍ତ ସମାଜ ପାଇଁ ସଂକଳ୍ପ ନେଇଥିଲେ । ସାମାଜିକ କର୍ମୀ ମୀର୍ ଅହମ୍ମଦ ଅଲ୍ଲୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡ଼ିଶା ଶିଳ୍ପାଂଚଳ ସୁରକ୍ଷା ବଳ ଡେପୁଟି କମାଣ୍ଡା ତଥା ରକ୍ତଦାନ କାର୍ଯ୍ୟକ୍ରମ କରି ସୁନାମ ଅର୍ଜନ କରିଥିବା ପୋଲିସ୍ ଅଫିସର ଲଳିତେନ୍ଦୁ ମହାନ୍ତି, ସମାଜସେବୀ ଓ ଅଭିନେତା ଚନ୍ଦନ କର, ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର, ହାସ୍ୟ ଅଭିନେତା ଜ୍ଞାନ ବାରିକ, ସମାଜସେବୀ ହର ପ୍ରସାଦ ମହାପାତ୍ର, ଅଭିନେତ୍ରୀ ସୁରଭି ପ୍ରିୟଦର୍ଶିନୀ ଓ ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ପଦଯାତ୍ରା ମାଧ୍ୟମରେ ନିଶା ସେବନ କ୍ୟାନ୍ସର କାରଣ, ନିଶା ଛାଡ଼ନ୍ତୁ ଜୀବନ ବାଛନ୍ତୁ, ନିଶାକୁ ନା ପ୍ରମୁଖ ସ୍ଲୋଗାନ ଦେଇ ନିକୋ ପାର୍କ, ଶାସ୍ତ୍ରୀନଗର, ମଧୁସୂଦନ ନଗର ପ୍ରମୁଖ ଅଂଚଳ ପରିକ୍ରମା କରିଥିଲେ ।
ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷସାରା ଓଡ଼ିଶାର ବିଭିନ୍ନ ଜାଗାରେ ନିଶା ସଚେତନତା କାର୍ଯ୍ୟକ୍ରମ କରିବେ ବୋଲି ଉପସ୍ଥିତ ସ୍ୱେଚ୍ଛାସେବୀମାନେ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ସାହୁ, ସରୋଜ କୁମାର ପ୍ରଧାନ, ମନୋଜ କୁମାର ଜେନା, ଭାଗ୍ୟଶ୍ରୀ ମହାନ୍ତି, ବିଷ୍ଣୁପ୍ରସାଦ ସାହୁ, ସୂର୍ଯ୍ୟଦୀପ୍ତ ରାଣା, ବିନୋଦ ରାଉତ, ତାପସ ଦେ, ଦିବ୍ୟାଙ୍ଗନା ସାହୁ, ଲକ୍ଷ୍ମୀପ୍ରିୟା ମହାନ୍ତି, ଗୁରୁପଦ ନାଥ, ପ୍ରଜ୍ଞାସ୍ମିତା ମହାନ୍ତି, ଜ୍ୟୋତ୍ସ୍ନା ରାଉତ, କ୍ଷୀରୋଦ କୁମାର ଜେନା, ମୀନା କୁମାରୀ, ପ୍ରଦୀପ, ଜଗନ୍ନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *