ଭୁଲ ଇେଞ୍ଜକସନରୁ ନାବାଳକର ମୃତୁ୍ୟ ଘଟଣା : ଡାକ୍ତରଙ୍କୁ ଗିରଫ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡ଼ା, ୨୭/୧୨/୨୦୨୪ (ଓଡ଼ିଶା ସମାଚାର)- ଭୁଲ ଇେଞ୍ଜକସନ ଦେଇ ନାବାଳକକୁ ହତ୍ୟା କରିଥିବା ଡା. କିଶୋର ମିଶ୍ରଙ୍କୁ ଗିରଫ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ନାବାଳକ ସୂର୍ଯ୍ୟକାନ୍ତର ପରିବାର ପକ୍ଷରୁ ଗୁରୁବାର ଧାରଣା ଦିଆଯାଇଛି । ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ନାବାଳକ ସୂର୍ଯ୍ୟକାନ୍ତଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ଠିକ ଇେଞ୍ଜକସନ ଦିଆଯାଇଥିଲେ ସେ ସୁସ୍ଥ ହୋଇଯାଇଥାନ୍ତା । କିନ୍ତୁ ଡାକ୍ତର ମିଶ୍ର ସୂର୍ଯ୍ୟକାନ୍ତଙ୍କୁ ଭୁଲ ଇେଞ୍ଜକସନ ଦେଇ ମାରିଦେଲେ । ତେଣୁ ଭୁଲ ଇେଞ୍ଜକସନ ଦେଇଥିବା ଡା. ମିଶ୍ରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବିକରି ପରିବାର ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହି ଥିଲେ । ଏହି ଦାବି ପରେ ଜିଲା ପ୍ରଶାସନ ପକ୍ଷରୁ ରେଡକ୍ରସରୁ ସୂର୍ଯ୍ୟକାନ୍ତଙ୍କ ପରିବାରକୁ ୧୦ହଜାର ଟଙ୍କା ଶବ ସତ୍କାର ପାଇଁ ପ୍ରଦାନ କରାଯାଇଛି । ଏଥିସହ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ମୃତ ସୂର୍ଯ୍ୟକାନ୍ତଙ୍କ ପରିବାରକୁ ପ୍ରତିଶୃତି ଦେଇଥିଲେ । ଫଳରେ ପରିବାର ସଦସ୍ୟ ଧାରଣାସ୍ଥଳରୁ ମୃତଦେହ ଉଠାଇ ନେଇଥିଲେ । ସୂଚନା ଥାଉକି ରାଜନଗର ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିନ ଶୈଳେନ୍ଦ୍ରନଗର ଗ୍ରାମର ରାଜେଶ ଜାନାଙ୍କ ପୁଅ ସୂର୍ଯ୍ୟକାନ୍ତର ଦେହ ଅସୁସ୍ଥ ହୋଇପଡିବାରୁ ପରିବାର ପକ୍ଷରୁ ତାକୁ କେନ୍ଦ୍ରାପଡାର ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ମିଶ୍ରଙ୍କ କ୍ଲିନିକକୁ ନିଆଯାଇଥିଲା । ସେଠାରେ ଡାକ୍ତର ମିଶ୍ର ନିକଟସ୍ଥ ସୁମିତ୍ରା ଔଷଧ ଦୋକାନରୁ ୩ଟି ଇେଞ୍ଜକସନ ଆଣି ସୂର୍ଯ୍ୟକାନ୍ତକୁ ଦେଇଥିଲେ । ଏହାଦ୍ୱାରା ସୂର୍ଯ୍ୟକାନ୍ତଙ୍କ ପାଟିରୁ ଫେଣ ବାହାରି ଥିଲା ଓ ସେ ଅଚେତ ହୋଇଯାଇଥିଲେ । ସୂର୍ଯ୍ୟକାନ୍ତ ମରିଯାଇଥିବା ଜାଣି ଡା. ମିଶ୍ର ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ତେଣୁ ପରିବାର ଲୋକେ ସୂର୍ଯ୍ୟକାନ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୁଲ ଇେଞ୍ଜକସନ ଦେଇ ପୁଅକୁ ମାରିଦେଲେ ବୋଲି ସୂର୍ଯ୍ୟକାନ୍ତଙ୍କ ପିତା ରାଜେଶ ଜାନା ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତିକରି ପୋଲିସ ୨୫୫/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ଦଫା୧୦୬(୩)(୫)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ କହିଛନ୍ତି ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ପୋଲିସ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଛି । ଏ ନେଇ ଏକ କମିଟି ଗଠନ ହେବା ପରେ କମିଟି ତଦନ୍ତ କରି ଚିକିତ୍ସା ଅବହେଳା ସଂକ୍ରାନ୍ତରେ ତଥ୍ୟ ପ୍ରଦାନ ପରେ ସଂପୃକ୍ତ ଅଭିଯୁକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁରୁବାର ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବା ପାଇଁ ପରିବାର ଲୋକେ ଜିଲାପାଳଙ୍କୁ ଗୁହାରି କରିଥିଲେ । ଏସଂକ୍ରାନ୍ତରେ ଡା. ମିଶ୍ର କହିଛନ୍ତି ସେ ଠିକ ଇେଞ୍ଜକସନ ଦେଇଥିଲେ । କିନ୍ତୁ ପିଲାଟିକୁ ଗୁରୁତର ଅବସ୍ଥାରେ ତାଙ୍କ ପାଖକୁ ଅଣାଯାଇଥିବାରୁ ତା’ର ମୃତୁ୍ୟ ଘଟିଛି । ଏଥିରେ ଡାକ୍ତରଙ୍କର କୌଣସି ଭୁଲ ନାହିଁ ।

Leave a Reply

Your email address will not be published. Required fields are marked *