ନିଶ୍ଚିନ୍ତକୋଇଲି ,୨୬/୧୨/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକେଇ ପଂଚାୟତ ର ସରପଞ୍ଚ ଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଗକୁ ବଢ଼ି ପାରିଲା ନାହିଁ। କୋରମ୍ ଅଭାବରୁ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ଏବଂ ସଦସ୍ୟ ସଦସ୍ୟା ମାନଙ୍କ ମତାମତ ଗ୍ରହଣ କରାଯାଇ ପାରିଲା ନାହିଁ । ଉଲେଖନୀୟ ଏହିକି ନତକେଇ ସରପଞ୍ଚ ଜୟଦେବ ରାଉତ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଏବେ ସରପଂଚ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଆଜି ଏ ସମ୍ପର୍କରେ ଆଲୋଚନା ଓ ସଦସ୍ୟ ସଦସ୍ୟା ମାନଙ୍କର ମତାମତ ନେବାକୁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଥିଲା । କଟକ ଜିଲାପାଳଙ୍କ ନିର୍ଦେଶରେ ମାହାଙ୍ଗା ତହସିଲଦାର ଏହାକୁ ପରିଚାଳନା କରିବା ପାଇଁ ଉପସ୍ଥିତ ଥିଲେ । ମୋଟ୍ ୧୨ ଜଣ ସଦସ୍ୟ ସଦସ୍ୟା ଙ୍କ ମଧ୍ୟରୁ ମାତ୍ର ୬ ଜଣ ଉପସ୍ଥିତ ଥିବାବେଳେ ୬ ଜଣ ଅନୁପସ୍ଥିତ ରହିଥିଲେ । ଫଳରେ କୋରମ ଅଭାବରୁ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ଓ ସଦସ୍ୟ ସଦସ୍ୟା ମାନଙ୍କର ମତାମତ ଗ୍ରହଣ କରାଯାଇ ପାରିଲା ନାହିଁ । ମାହାଙ୍ଗା ତହସିଲଦାର ଏ ସମ୍ପର୍କରେ କଟକ ଜିଲାପାଳଙ୍କୁ ଜଣାଇବେ । ଜିଲାପାଳ ଯାହା ନିଷ୍ପତି ଗ୍ରହଣ କରିବେ ବୋଲି ନିଜର ମତ ବ୍ୟକ୍ତ କରିଛନ୍ତି ।
ଏବେ ସରପଞ୍ଚଙ୍କ ସମର୍ଥକ ମାନେ ଖୁସିମନାଉ ଥିବା ଜଣାଯାଇଛି । ଚକ୍ରାନ୍ତକାରୀ ବିରୋଧୀ ଙ୍କୁ ଏହା ଏକ ଶକ୍ତ ଧକ୍କା ବୋଲି ସମର୍ଥକ ମହଲ ରେ ଚର୍ଚ୍ଚା ହେଉଛି ।ଏଥିନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ପଞ୍ଚାୟତ ବାସୀ ।