ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଦସ୍ତଖତ ଅଭିଯାନ

ଭୁବନ,୨୪/୧୨/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଭୁବନ ମହିଳା ମହାବିଦ୍ୟାଳୟ ଓ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ୨୦୦୮ ମସିହା ଜୁନ ୧ ତାରିଖ ଠାରୁ ୨୦୧୮ ମସିହା ଜୁନ ୧ ମଧ୍ୟରେ ରାଜ୍ୟର ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତି ହୋଇଥିବା ଅଧ୍ୟାପକ  ଓ କର୍ମଚାରୀ ମାନେ ଦାୟିତ୍ଵ ସଂପନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ୧୯୬୯ ମସିହା ଶିକ୍ଷାନୀତି ପ୍ରଣୟନ ରୁ ପ୍ରତି ୫ ବର୍ଷରେ ଥରେ ଅନୁଦାନ ତଥା ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ( ଜି ଆଇ ଏ )ପ୍ରଦାନ କରାଯାଉଥିବା ବେଳେ ୨୦୧୪ ମସିହା ଠାରୁ ଆଉ ନୂତନ ଅନୁଦାନ ନୀତି ପ୍ରଣୟନ ହୋଇନାହିଁ ।  ଏଥି ସକାଶେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରେରଣ କରାଯିବା ନିମନ୍ତେ ଭୁବନ ଖଣ୍ଡ ସଂଯୋଜକ ଅଧ୍ୟାପକ ସୁଧାଂଶୁ ଶେଖର ଓଝା ଙ୍କ ତତ୍ତ୍ଵାବଧାନରେ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଶୁଭମ୍ ବେହେରା,ସୁଧାଂଶୁ ଶେଖର ବେହେରା,ସଙ୍ଗୀତ ନନ୍ଦ,ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ସ୍ୱାଇଁ,ଦିପ୍ତିମୟୀ ମହାନ୍ତି,କର୍ମଚାରୀ ସୁରେଶ ଚନ୍ଦ୍ର ବେହେରା,ପବିତ୍ର ମୋହନ ସାହୁ ଏବଂ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟାପକ ସଞ୍ଜୟ କୁମାର ସାହୁ,ପ୍ରଣବ ପରିଡ଼ା,ଅଧ୍ୟାପିକା ଅନ୍ନପୂର୍ଣ୍ଣା ବେହେରା,ସୁରମା ବେହେରା,ମଧୁସ୍ମିତା ମହାପାତ୍ର,ଲକ୍ଷ୍ମୀପ୍ରିୟା ଗୁରୁ,ଶେଷ ଦେବ ନନ୍ଦୀ,ଉତ୍ତମ ନନ୍ଦୀ ପ୍ରମୁଖ ସାମିଲ ହୋଇ ଦସ୍ତଖତ ଦେଇଥିଲେ । ଆସନ୍ତା ଜାନୁଆରୀ ମାସ ୫ ତାରିଖ ଦିନ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଖଣ୍ଡ ସଂଯୋଜକ ସୁଧାଂଶୁ ଶେଖର ଓଝା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *