ବଡ଼ବିଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ତ୍ରିଶଂତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଡ଼ବିଲ,୦୮/୧୨/୨୦୨୫ (ଓଡ଼ିଶା ସମାଚାର)- ଶନିବାର ସନ୍ଧ୍ୟା ରେ ବଡ଼ବିଲ ସରସ୍ବତୀ ଶିଶୁମନ୍ଦିର ରେ ବାର୍ଷିକ ଉତ୍ସବ ପାଳ କରାଯାଇଛି । ଏହି ଉତ୍ସବ ରେ ବିଦ୍ୟାମନ୍ଦିର ର ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡିଆ ସଭାପତିତ୍ୱ କରିଥିଲେ । ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ପୌରପାଳିକା ର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଏସଜିଏସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼୍ ର ସହ ପରିଚାଳକ କାର୍ୟ୍ୟକାରୀ ପ୍ରଶାସନିକ ଅଧିକାରୀ ନିରାକାର ମହାନ୍ତ ଓ ଠାକୁରାଣୀ ମାଇନ୍ସ ମ୍ୟାନେଜର ଇନ୍ଦ୍ରକାନ୍ତ ସାହା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ସିଆରସିସି ବଡ଼ବିଲ ତଥା ବଡ଼ବିଲ ସଙ୍କୁଳ ପ୍ରମୁଖ ଦୁଃଖବନ୍ଧୁ ମିଶ୍ର ଯୋଗ ଦେଇଥିଲେ । ଶିଶୁମନ୍ଦିର ର ପ୍ରଧାନ ଆଚାର୍ୟ୍ୟ ବିପିନ ବିହାରୀ ଖଣ୍ଡାୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ପ୍ରମୋଦ କୁ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉପସଭାପତି ଜଗବନ୍ଧୁ କର ଉପସ୍ଥିତ ଥିଲେ ।

୨୦୨୪-୨୫ ଶିକ୍ଷା ବର୍ଷରେ ୧୦ମ ବୋର୍ଡ ପରୀକ୍ଷାରେ ୯୦% ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ସରକାରୀ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ,ପ୍ରାଦେଶିକ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ଆଚାର୍ୟ୍ୟା ଓ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗତାରେ କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗମଞ୍ଚ କାର୍ୟ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ୟ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଆଚାର୍ୟ୍ୟ ଶ୍ରୀ ବିପିନ ବିହାରୀ ଖଣ୍ଡାଇ ଓ ନନ୍ଦିନୀ ମହାନ୍ତି, ପୁଷ୍ପ ଶ୍ରୀ ପତି, ରଞ୍ଜିତା ରାଣୀ ଦାସ ଓ ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ସୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *