ଦଶରଥପୁର ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଯାଜପୁର,୨୩/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଦଶରଥପୁର ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ  ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ।ଆଜି ମୋଟ ୭୪ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୦ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ  ୦୪  ଟି, ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ସହାୟତା ନିମନ୍ତେ ୧୦ ଗୋଟି, ଅଭିଯୋଗର ଶୁଣାଣି କରାଯାଇଥିଲା। ୨୦ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ,  ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଦଶରଥପୁର, ଶ୍ରୀ ଆକାଶ ପଟ୍ଟନାୟକ, ତହସିଲଦାର, ଦଶରଥପୁର, ଶ୍ରୀ ବିକ୍ରମ କେଶରୀ ପରିଡ଼ା, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଶେଷରେ ଭିନ୍ନକ୍ଷମ ମାନଙ୍କୁ ୫ ଟି ଶ୍ରବଣ ବାଧିତ ଯନ୍ତ୍ର ୧ ଟି ଟ୍ରାଇ ସାଇକଲ, ଓ ୧ ଟି ହୁଇଲ ଚେୟାର ବଣ୍ଟନ କରାଯାଇଥିଲା। ଯେଉଁଥିରେ କି ଦହନିହାଟ ଗ୍ରାମ ପଞ୍ଚାୟତର ଅଙ୍ଗଦ ମଲ୍ଲିକ,  ମଲ୍ଲିକାପୁର ପଞ୍ଚାୟତର ଶୃତି ରଞ୍ଜନ ବାରିକ, ନିଜାମପୁର ପଞ୍ଚାୟତର କପିଳା ଜେନା, ପାଲଟପୁର ପଞ୍ଚାୟତର ବିଚିତ୍ର ପରମାଣିକ, ଚଡ଼ଖଣ୍ଡା ପଞ୍ଚାୟତର ପୂଜାରାଣୀ ଜେନାଙ୍କୁ ଶ୍ରବଣ ବାଧିତ ଯନ୍ତ୍ର ଓ ଚଡ଼ଖଣ୍ଡା ପଞ୍ଚାୟତର ଲତା ଜେନାଙ୍କୁ ହୁଇଲ ଚେୟାର ଏବଂ ମଲ୍ଲିକାପୁର ପଞ୍ଚାୟତର ସନାତନ ସାହୁଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *