କେନ୍ଦ୍ରାପଡ଼ା, ୧୭/୧୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଂଚାୟତର ବଡ଼ସରାଦେଇପୁର ଗ୍ରାମର କୁଳମଣି ମଲିକଙ୍କ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ଫଳରେ ତାଙ୍କ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଗୋଟିଏ ସିଲେଇ ମେସିନ୍ ଦ୍ୱାରା କୁଳମଣୀଙ୍କ ପରିବାର ଲୋକ ଗୁଜୁରାଣ ମେଂଟାଉଥିଲେ । ତାହା ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ନିର୍ଦ୍ଧେଶକ୍ରମେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା କୁଳମଣୀଙ୍କ ପରିବାରକୁ ଏକ ସିଲେଇ ମେସିନ ପ୍ରଦାନ କରିଛନ୍ତି । ଏହି ସିଲେଇ ମେସିନ୍ ପ୍ରଦାନ ବେଳେ ବ୍ୟାଙ୍କର ଅଧିକାରୀ ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡ଼ା, ଭଞ୍ଜ କିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ବିପନ୍ନମାନଙ୍କୁ ସମବେଦନା ଜଣାଇଥିଲେ ।