ଇଲାଇଟ୍ ଆବାସିକ +୨ ବିଜ୍ଞାନ କଲେଜର ବାର୍ଷିକ ଉତ୍ସବ 

କଟକ ସଦର, ୧୪/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵିରିଵାଟି ଠାରେ ଥିବା ଅଗ୍ରଣୀ +୨ ଆବାସିକ ବିଜ୍ଞାନ କଲେଜ ଇଲାଇଟ୍ ଇନଷ୍ଟିଚୁ୍ୟଟ ଅଫ୍ ସାଇନ୍ସ ଆଣ୍ଡ ଆପ୍ଲିକେସନ ର ଆଜି (ଶନିବାର) ଅପରାହ୍ନରେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ନୈ।ଷଦ କୁମାର ନାୟକ ଙ୍କ ପୈ।ରୋହିତ୍ୟ ଓ‌ ଟ୍ରଷ୍ଟି ସୁଦିପ୍ତ ପତିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅତିଥି ଭାବେ ବିର୍ଲା ଆଇନ୍ ବିଦ୍ୟାଳୟର ଡିନ୍ ପ୍ରଫେସର ଡ଼ଃ ସୁକାନ୍ତ କୁମାର ନନ୍ଦ, ଶିକ୍ଷକ ନେତା ତଥା ସୁଲେଖକ ଡ଼ଃ କେଶବ ଚନ୍ଦ୍ର ଦଳାଇ, ଇଲାଇଟ୍ ର ସଭାପତି ପ୍ରଫେସର ହରିହର ମିଶ୍ର, ସଂପାଦକ ପ୍ରଫେସର ଡ଼ଃ ଶୁଭେନ୍ଦୁ ପତି, ଟ୍ରଷ୍ଟି ଉଷାରାଣୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଶାସନିକ ଅଧିକାରୀ ସୁବ୍ରତ ପତି ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ସହ ୨୦୨୪ ରେ ସର୍ବୋଚ୍ଚ ନମ୍ବର ରଖି କଲେଜର ଟପ୍ପର ହୋଇଥିଵା ପି.ଵିଶ୍ୱଜିତ୍ ନାୟକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଧିତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅଭିନୀତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।

Leave a Reply

Your email address will not be published. Required fields are marked *