୧୭୭ ତମ  ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ  କମିଟି ବୈଠକ

ଭୁବନେଶ୍ୱର, ୨୫/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୧୭୭ ତମ  ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ  କମିଟି ବୈଠକ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ମେଫେୟାର ଠାରେ ଆୟୋଜିତ ହୋଇଛି ।  ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ  ଆଜି ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ଏକ ଦିବସୀୟ ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ୟୁକୋବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ତଥା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି, ଓଡିଶାର  ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନିବୃତ୍ତି  କାମ୍ବଲେ, କ୍ଷେତ୍ରୀୟ ନିର୍ଦ୍ଦେଶକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଡଃ ଶାରଦା ପ୍ରସନ୍ନ ମହାନ୍ତି, ମହାପ୍ରବନ୍ଧକ, ୟୁକୋ ବ୍ୟାଙ୍କ୍ ଏବଂ ଆବାହକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ଓଡ଼ିଶା ଶ୍ରୀ ଗୌତମ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଏହି ବୈଠକରେ ରାଜ୍ୟର ବିଭିନ୍ନ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଏବଂ ରାଜ୍ୟ ପ୍ରଶାସନର ଉଚ୍ଚ ପଦାଧିକାରୀ  ଉପସ୍ଥିତ ରହିଛନ୍ତି ।

          ଏହି ବୈଠକରେ ବ୍ୟାଙ୍କର୍ସ କମିଟିର ରହିଥିବା ବିଭିନ୍ନ ଏଜେଣ୍ଡା ବା କାର୍ଯ୍ୟସୂଚୀ ମଧ୍ୟରେ  ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଏବଂ ହିତାଧିକାରୀଙ୍କୁ ବ୍ୟାଙ୍କି ସୁବିଧା ପ୍ରଦାନ ସଂପର୍କିତ ବ୍ୟାପକ  ଆଲୋଚନା ଜାରି ରହିଛି ।

Leave a Reply

Your email address will not be published. Required fields are marked *