# କେନାଲସେଚାଞ୍ଚଳରେ କୃଷି ଜଳ ଉତ୍ପାଦକତା ବୃଦ୍ଧି ପାଇଁଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନସହ ଏବଂ
# ପାଣି ପଞ୍ଚାୟତର ପ୍ରଶିକ୍ଷକଓ କର୍ମକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ନିମନ୍ତେ ଜାଭିୟର ଇନଷ୍ଟିଚ୍ୟୁଟ୍ ସହିତବୁଝାମଣା ପତ୍ର ସ୍ୱାକ୍ଷର
# ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମନ୍ୱିତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସମୀକ୍ଷା
ଭୁବନେଶ୍ୱର, ୨୨/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜଳ ସମ୍ପଦ ବିଭାଗ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦର ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର-ଆଇଆଇଡବ୍ଲ୍ୟୁଏମ), ଭୁବନେଶ୍ୱର ଏବଂ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ( ଏକ୍ସଆଇଏମବି)ସହିତ ଗତ ମଙ୍ଗଳବାର ଦୁଇଟି ପୃଥକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ଉନ୍ନୟନ କମିଶନର-ତଥା–ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ,କୃଷି ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍, ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡ. ରବୀନ୍ଦ୍ର କୁମାର ପଣ୍ଡା ଏବଂ ଏକ୍ସଆଇଏମବିର କୁଳପତି ଉଭାରୀ ଆଣ୍ଟୋନି ଆର୍ ଙ୍କ ସମେତ ଜଳ ସମ୍ପଦ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅନ୍ୟ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରଥମ ବୁଝାମଣା ପତ୍ର ସେଚାଂଚଳ ଉନ୍ନୟନ ଏବଂ ଭାଗିଦାରୀ ଜଳସେଚନ ପରିଚାଳନା (ସିଏଡି-ପିଆଇଏମ)ର ନିର୍ଦ୍ଦେଶକ ଏବଂ ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍ ର ନିର୍ଦ୍ଦେଶକଙ୍କ ମଧ୍ୟରେ ‘କେନାଲ ସେଚାଂଚଳ(କମାଣ୍ଡ)ରେ କୃଷି ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଡିଜିଟାଲ୍ ଜଳ ମାପ ଏବଂ ବୈଜ୍ଞାନିକ ଜ୍ଞାନ କୌଶଳରେ ମୃତ୍ତିକା ଆର୍ଦ୍ରତା ଜାଣିବା ପ୍ରଣାଳୀର ପାଇଲଟ ଭିତ୍ତିରେ କ୍ଷେତ୍ର ପ୍ରଦର୍ଶନ ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ପ୍ରକଳ୍ପ କଟକ ଫୁଲନଖରା ନିକଟସ୍ଥ ଉସୁମାଗାଁର କାକଟପୁର-ପୁରୀ ମୁଖ୍ୟ କେନାଲର ହରିଅନ୍ତାଡିଷ୍ଟ୍ରିବ୍ୟୁଟାରୀରେ ଜଳସେଚନ ପାଇଁ ଆଇସିଏଆର-ଆଇଆଇଡବ୍ଲୁଏମ ଦ୍ୱାରା ବିକଶିତ ଇଣ୍ଚରନେଟ୍-କମ୍ପ୍ୟୁଟରୀକୃତ(ଆଇଓଟି ସକ୍ଷମ )ଡିଜିଟାଲ ଜଳ ମାପକ ଏବଂ ମୃତ୍ତିକା ଆର୍ଦ୍ରତା ଜାଣିବା ପ୍ରଣାଳୀର ପ୍ରଦର୍ଶନ ଏବଂ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଆଧାରରେ କାର୍ଯ୍ୟ କରିବ। ଏହି ସହଯୋଗଡିଜିଟାଲ ଉପକରଣର ବ୍ୟବହାରରେ ଜଳସେଚନକୁ ସ୍ୱୟଂଚାଳିତ ନିୟନ୍ତ୍ରଣ କରିବାରେପାଣିପଞ୍ଚାୟତର କ୍ଷମତା ବୃଦ୍ଧିରେ ସହାୟକ ହେବା ସଙ୍ଗେ ଜଳର ଦକ୍ଷ ବ୍ୟବହାର ଏବଂ କେନାଲ ସେଚାଂଚଳରେ ଫସଲ ବିବିଧିକରଣକୁ ପ୍ରୋତ୍ସାହିତ କରିବ।
ଅନ୍ୟ ଏକ ବୁଝାମଣା ପତ୍ର ସହନଶୀଳ ଜଳବାୟୁ ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆର୍ଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଓଏକ୍ସଆଇଏମବିର କୁଳପତିଙ୍କ ମଧ୍ୟରେ ପ୍ରଶିକ୍ଷକମାନଙ୍କୁ (ଟିଓଟି) ଏବଂ ପାଣିପଞ୍ଚାୟତର କର୍ମକର୍ତ୍ତାମାନଙ୍କୁ ବ୍ୟାପକତା ଭିତ୍ତିରେ (କ୍ୟାସ୍କେଡିଂ ମୋଡରେ) ତାଲିମ ପ୍ରଦାନ କରାଯିବା ସମ୍ପର୍କରେ ସ୍ୱାକ୍ଷରିତ ହୋଇଥିଲା ।ଏହି ବୁଝାମଣା ମଧ୍ୟମାଷ୍ଟର ଟ୍ରେନରମାନଙ୍କ ପ୍ରାକ୍ ଓ ପରବର୍ତ୍ତୀ ପ୍ରଶିକ୍ଷଣ ଆବଶ୍ୟକତା ଆକଳନ କରିବ ।
ଏହା ପରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲାରେଓଆଇଆଇପିସିଆରଏ ଜରିଆରେ କାର୍ଯ୍ୟକାରୀ ହେଉଥିବା ସ୍ଥାୟୀ ଜଳସେଚନ ପ୍ରକଳ୍ପରକାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ସାମଗ୍ରିକ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ବିକଶିତ ହୋଇଥିବା ବିଭିନ୍ନ ଏମ୍ଆଇପିର ଉଦାହରଣ ଦେଇଏହି ପ୍ରକଳ୍ପଗୁଡ଼ିକରୁ କୃଷକମାନେ କିପରି ଉପକୃତ ହେଉଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ।
ଉନ୍ନୟନ କମିଶନର ଏହି ପ୍ରକଳ୍ପ ଜରିଆରେ କୃଷକମାନେ କିପରି ଜଳର ଉତ୍ପାଦକତା ବୃଦ୍ଧିକରି ଅଧିକ ଉପକୃତ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ । କୃଷି, ଉଦ୍ୟାନକୃଷି, ମତ୍ସ୍ୟଓ ପ୍ରାଣୀ ସମ୍ପଦ ବିଭାଗର ସାମୂହିକ ପ୍ରୟାସ ସହିତ ବିଶେଷଜ୍ଞ ମାନଙ୍କର ମିଳିତ ପ୍ରୟାସରେ ଫସଲ ବିବିଧିକରଣ ଏବଂ କୃଷିର ଅଭିବୃଦ୍ଧି ଉପରେ ସେ ଆଲୋକପାତ କରିଥିଲେ। ଓଆଇଆଇପିସିଆରଏ ମାଧ୍ୟମରେ ବିକଶିତ ହୋଇଥିବା
ବହୁ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ , ଯାହା ଜନସାଧାରଣଙ୍କୁ କୃଷିପଦ୍ଧତି ପରିଦର୍ଶନ କରିବାକୁ ଆକୃଷ୍ଟ କରୁଛି ଏବଂ ମନୋରଞ୍ଜନ ଏବଂ ଶିକ୍ଷଣର ଅନନ୍ୟ ଅନୁଭୂତି ଦେଉଛି, ଏହି ପ୍ରକଳ୍ପଗୁଡ଼ିକୁ କୃଷି-ପର୍ଯ୍ୟଟନ ଏବଂ ଏଥିରେ ଜଳ-ଭିତ୍ତିକ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରାଯାଇ ଆକ୍ୱା-ଟୁରିଜି ମ୍ପାଇଁ ପ୍ରୋତ୍ସାହିତ କରାଯିବା ସମ୍ପର୍କରେ ସେ ପରାମର୍ଶ ଦେଇଥିଲେ ।
-0-
ପଠାଣି ରାଉତ, ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ