ଅଢେ଼ଇ ମାସ ପରେ କିଶନନଗର ପୋଲିସ କୁ ସଫଳତା, ଦିଲ୍ଲୀରୁ ଉଦ୍ଧାର ହେଲେ ଅପହୃତା ନାବାଳିକା

କଟକ ସଦର , ୦୮/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ସୋମପୁର ଅଞ୍ଚଳରୁ ଗତ ଅଗଷ୍ଟ ମାସରେ ଜନୈକା ନାବାଳିକା ସ୍କୁଲକୁ ଯାଇଁ ନିଖୋଜ ହୋଇଯାଇଥିଵା ଅଭିଯୋଗର‌ ଅଢେଇ ମାସ ପରେ ପୋଲିସକୁ ସଫଳତା ମିଳିଛି। ପୋଲିସ ଜାଲ ବିଛାଇ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ଅଞ୍ଚଳର ଅପହର୍ତ୍ତା କୁ ରାଜ୍ୟ ବାହାର ଦିଲ୍ଲୀରୁ ଉଠାଇ ଆଣିଥିବା ବେଳେ ଅପହୃତା ନାବାଳିକାକୁ ତା ନିକଟରୁ ଉଦ୍ଧାର କରିପାରିଛି। ଉଭୟ ଙ୍କୁ ଆସନ୍ତା କାଲି ଶନିବାର ଦିନ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଅପହର୍ତ୍ତା କୁ ଅଦାଲତ ଚାଲାଣ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *