କେନ୍ଦ୍ରାପଡ଼ା,୦୭/୧୧/୨୦୨୪ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଂଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତିକ ପଂଚୁକ ବ୍ରତ ପାଳନ ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ନଭେମ୍ବରମାସ ୧୦ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ କରାଯିବ । ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ହବିଷ୍ୟାଳୀମାନଙ୍କ ପାଇଁ କାର୍ତିକ ପଂଚୁକ ବ୍ରତ ପାଳନ ଅବସରରେ ଦୈନିକ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ, ଆଲୋଚନା ଚକ୍ର ଓ ସଂକୀର୍ତନ କରାଯିବାକୁ ନିଷ୍ପତିି ଗ୍ରହଣ କରାଯାଇଥିଲା । ଏଥି ପାଇଁ ଆବଶ୍ୟକ ପ୍ରସ୍ତୁତି କିଭଳି କରାଯିବ ସେଥିନିମନ୍ତେ ଯଥାଯଥ ଭାବେ କାର୍ତିକ ପଂଚୁକ ବ୍ରତ ବିଧି ମୁତାବକ ପାଳନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା । ପ୍ରସ୍ତୁତି ବୈଠକରେ ଜିଲା ପରିଷଦ ସଭାପତି ଲିଲିତା ଦାସ, ଆଶ୍ରମର ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ଶତପଥୀ, ଦ୍ରୌପଦୀ ରାଉତ, ରୀତାଞ୍ଜଳି ନାଥ, ମିନତୀ ମହାନ୍ତି, ସରଳା ମହାରଣା, ମନୋରଞ୍ଜନ ତ୍ରିପାଠୀ, ଅଭିମନୁ୍ୟ ଗୋଛାୟତ, ଦୀପକ ସାହୁ, ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବ୍ରହ୍ମଚାରୀ ନୃସିଂହ ନାଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ତୁଳସୀକ୍ଷେତ୍ରରେ ରହି କାର୍ତିକ ପଂଚୁକ ବ୍ରତ ପାଳନ କରିବାକୁ ଚାହୁଁଥିବା ମା’ମାନେ ଯଥାଶୀଘ୍ର ଗରାପୁର ଶିବାନନ୍ଦ ଆଶ୍ରମ ସହିତ ଯୋଗାଯୋଗ କରିବାକୁ ନିବେଦନ ଆଶ୍ରମ ପକ୍ଷରୁ କରାଯାଇଛି ।