ସମାଜସେବା କୁ ବ୍ରତ କରି ବରୀ ବାସୀଙ୍କ ସେବାରେ  ଅଶୋକ ବେହେରା ।

ଯାଜପୁର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର)- ବେଶ ଉଚ୍ଚ ଶିକ୍ଷିତ, ସମାଜର  ଜଣେ ଆଗଧାଡିର ସେବକ ବରୀ ମେଦୁଆକୁଳ ଗ୍ରାମର ଯୁବ ସଂଗଠକ, ସମାଜସେବୀ , ଶିକ୍ଷାବିତ୍  ଅଶୋକ କୁମାର ବେହେରା  ନିଜର ସେବା କାର୍ଯ୍ୟ ବରୀ ନିର୍ବାଚନ ମଣ୍ଡଳୀ ରେ ଅଦ୍ୟାବଧି ଜାରି ରଖିଛନ୍ତି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ କୁ  ପ୍ରତିଦିନ ଗସ୍ତ କରି ଲୋକ ମାନଙ୍କ ଦୁଃଖ ସୁଖ ବିଷୟରେ  ଆଲୋଚନା କରିବା ସହ ଆବଶ୍ୟକ ସ୍ଥଳେ ସହାୟତାର ହାତ ମଧ୍ୟ ବଢ଼ାଇ ମାନବିକତା ର ଶ୍ରେଷ୍ଠତ୍ଵ ପ୍ରତିପାଦନ କରୁଥିବା ପ୍ରତିଟି ସମ ୟରେ ଦେଖିବାକୁ ମିଳିଛି।  ଖାଲି ସେତିକି ନୁହଁ ରୋଗୀ ମାନେ ବରୀ ରୁ ଆସି  କିପରି ସମସ୍ତ ସୁବିଧା କଟକ, ଭୁବନେଶ୍ୱର ରେ ପାଇପାରିବେ ସେ ପ୍ରତି ଧ୍ୟାନ ଦେବାକୁ ପ୍ରାଥମିକତା ଦେଇ ଆସୁଥିବା  ଅଶୋକ ଭୁବନେଶ୍ୱର  ଏମ୍ସ  ନିକଟରେ ୮ ଶଯ୍ୟା ସହିତ ରୋଗୀ ଏବଂ ରୋଗୀ ସେବାକାରୀ  ଗ୍ରୁହ , ସମ ହସ୍ପିଟାଲ୍  ନିକଟରେ ରୋଗୀ ଏବଂ ରୋଗୀ ସେବାୟତଙ୍କ ପାଇଁ  ଦୁଇଟି ଘର କୁ ସମ୍ପୁର୍ଣ୍ଣ ମାଗଣାରେ ପ୍ରଦାନ କରିଛନ୍ତି। ଔଷଧ ଖାଦ୍ୟ ,ଯାତାୟାତ ଖର୍ଚ୍ଚ ଆଦି ବହନ କରିଥାନ୍ତି । କୋଭିଡ୍ ମହାମାରୀ ପରିସ୍ଥିତିରେ ଅଶୋକ  ବରୀ ଅଞ୍ଚଳର ଲୋକଙ୍କୁ ବିନା ମୂଲ୍ୟରେ ଔଷଧ ସହ  ଅନ୍ୟାନ୍ୟ କୋଭିଡ୍ ସାମଗ୍ରୀ  ,ଶୁଖିଲା ଖାଦ୍ୟ ଅନବରତ ପ୍ରଦାନ କରି ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ନିଜର ଗ୍ରାମ ମେଦୁଆକୁଳରେ  ୧୯୯୦ମସିହାରେ ଅଜାଣ ବନ ଶୋଭନୀୟ ଶିକ୍ଷାଶ୍ରମ  କେନ୍ଦ୍ର ଆରମ୍ଭ କରି  ଯାହା ପ୍ରାଥମିକ ରୁ ଶ୍ରେଣୀ ଅଷ୍ଟମ ପର୍ଯ୍ୟନ୍ତ ଚାଲୁଛି,  ଗରିବ ଛାତ୍ରମାନଙ୍କୁ ସେମାନଙ୍କର ମାଗଣା ଶିକ୍ଷା ଏବଂ ଅଧ୍ୟୟନ ସାମଗ୍ରୀ ପାଇଁ ସାହାଯ୍ୟ କରୁଥିବା ଏହି ଅନୁଷ୍ଠାନ  ବରୀ ବ୍ଲକର  ହେଉଛି ପ୍ରଥମ ଘରୋଇ ବିଦ୍ୟାଳୟ ଓ ଯାଜପୁର ଜିଲ୍ଲାର  ସର୍ବୋତ୍ତମ ବିଦ୍ୟାଳୟ  ମଧ୍ୟ । ପ୍ରତିବର୍ଷ ୨୦ ରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବୃତ୍ତି ମାଧ୍ୟମରେ ଆଗକୁ ବାଟ ଦେଖାଯାଉଥିବା  ଏହି ଅନୁଷ୍ଠାନ ହେଉଛି ଅଶୋକ ଙ୍କ ଏକ ଅନ୍ୟତମ ସମାଜସେବାର ଜ୍ଵଳନ୍ତ ଉଦାହରଣ । ଆଗାମୀ ଦିନରେ ଏହି ସେବାକୁ ପ୍ରସାରିତ କରିବା ଲକ୍ଷ ଦେଖିଥିବା ଅଶୋକ ଙ୍କ ସଙ୍ଗଠନ କୁ ଆଶିଷ ସାମଲ ଆଗକୁ ଆଗକୁ ନେଉଥିବା ଜଣାପଡିଛି । ଆଶିଷ ଙ୍କ ମତରେ ଯଦି ଆଶୋକ ଙ୍କୁ  ଶାସକ ଦଳ  ବରୀ ରୁ ପ୍ରତିନିଧିତ୍ଵ କରିବାର ସୁଯୋଗ ଦେବ ତାହାଲେ ବରୀ ରେ ନିଶ୍ଚୟ ଉନ୍ନତି ହିଁ ଉନ୍ନତି ହେବ ।

Leave a Reply

Your email address will not be published. Required fields are marked *