ଭିଜିଲାନ୍ସ ଜାଲରେ ପୋଲିସ ଵାଵୁ, ପୋଲିସ ହାତରେ ଡ଼ାକ୍ତର ଵାଵୁ ଧରାହେଲେ

କଟକ ସଦର,୦୯/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଛି ଦିନ ହେଲା ଭିଜିଲାନ୍ସ ସ୍କାନରରେ ଥିବା ଜଗତସିଂହପୁର ଆରଟିଓ ରେ କାର୍ଯ୍ୟରତ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଆଜି ଶୁକ୍ରବାର ସଂଧ୍ୟାରେ ଭିଜିଲାନ୍ସ ଟିମ୍ କନ୍ଦରପୁର ଥାନା ଅନ୍ତର୍ଗତ ଵିରିଵାଟି ଠାରେ ମାଡିଵସିଛି। ପ୍ରଶାନ୍ତ ଜଗତସିଂହପୁର ରୁ କଟକ ଅଭିମୁଖେ କାର ଯୋଗେ ଯାଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଗାଡ଼ିକୁ ଅଟକାଇ ତଲାସୀ କରିଵାରେ ସେଥିରୁ ୪ ଲକ୍ଷ ୨୭ ହଜାର ଟଙ୍କା ବାହାରିଥିଲା। ଏତେ ଗୁଡାଏ ଟଙ୍କା କେଉଁଠୁ ଆସିଲା ସେ ସମ୍ପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଟଙ୍କାକୁ ଜବତ କରି ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଅଧିକ ତଦନ୍ତ ପାଇଁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।

ସେହିପରି କଟକର ଫ୍ରେଣ୍ଡସ କଲୋନୀରେ ନିଜ ଘରେ ଦୀର୍ଘ ଦିନ ହେଲା ବେଆଇନ ଲିଙ୍ଗ ନିରୂପଣ କେନ୍ଦ୍ର ଖୋଲି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ଜନୈକ ଡାକ୍ତର ପୁଣ୍ୟଶ୍ଳୋକ ମିଶ୍ର,ତାଙ୍କ ଧର୍ମପତ୍ନୀଙ୍କ ସମେତ ତିନିଜଣ ଦଲାଲଙ୍କୁ ପୋଲିସ ଆଜି ଉଠାଇ ନେଇଛି। ଉକ୍ତ ବେଆଇନ କାରବାର ପାଇଁ ଉକ୍ତ ଡାକ୍ତର ଦୁଇଥର ଗିରଫ ହୋଇଥିବା ବେଳେ ପ୍ରମାଣ ଅଭାବରୁ ଖସି ଯାଇଥିବା ଜଣାପଡିଛି। ହେଲେ ଏଥର ତାହାର ପୁନରାବୃତ୍ତି ହେଵା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ଵୋଲି ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *