ବିଭିନ୍ନ ଅନୁଷ୍ଠାନ ତରଫରୁ ଦାଣ୍ଡିଆ ନୃତ୍ୟ ପରିବେଷଣ

ରାଉରକେଲା,୧୪/୧୦/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ଝିରପାଣି ର ସାମାଜିକ ଅନୁଷ୍ଠାନ ନିୟୁ ମର୍ଣ୍ଣିଂ ଫାଉଣ୍ଡେସନ ଓ ଝିରପାଣି ଦୁର୍ଗାପୂଜା କମିଟି ର ମିଳିତ ଆନୁକୂଲ୍ୟରେ ଦୁର୍ଗା ପୂଜା ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା। ଫାଉଣ୍ଡେସନର ଅଧ୍ୟକ୍ଷା ଗୈାରୀ କୁମ୍ଭାର ଓ ସଂପାଦକ ଜ୍ୟୋସ୍ନା ନନ୍ଦ ଙ୍କ ଆବାହକତ୍ଵ ଓ ଉପଦେଷ୍ଟା ରାହୁଲ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ପ୍ରଶଂସା କରିଥିଲେ। ଏହି ଅବସରରେ ଦୁର୍ଗାପୂଜା କମିଟିର ସଭାପତି ମନୋଜ କବି, ସାଧାରଣ ସମ୍ପାଦକ ପିତାମ୍ବର ସିଂ ଓ କୋଷାଧ୍ୟକ୍ଷ ନରେନ୍ଦ୍ର ନାରାୟଣ ପଣ୍ଡା ତଥା ପୂଜା କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ନୃତ୍ୟକୁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଉପଭୋଗ କରିଥିଲେ। ସେହିପରି ଏକତା ଫାଉଣ୍ଡେସନ ତରଫରୁ ସଭାପତି ପୂର୍ଣ୍ଣିମା ମହାନ୍ତିଙ୍କ ଆବାହକତ୍ଵ ରେ ଆୟୋଜିତ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମରେ ସମାଜସେବୀ ସୁବ୍ରତ ମହାନ୍ତି, ଖଗେଶ୍ବର ପାତ୍ର, କାର୍ତ୍ତିକ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ସାମାଜିକ ଅନୁଷ୍ଠାନ ମାଣିକ ର ଅଧ୍ୟକ୍ଷା କାମିନୀ ମହନ୍ତ ଓ ପ୍ରତିଷ୍ଠାତା କାର୍ତ୍ତିକ ରାଉତ ଙ୍କ ଆବାହକତ୍ଵ ରେ ଆୟୋଜିତ ଦାଣ୍ଡିଆ ନୃତ୍ୟରେ ଗ୍ରେସି ଡାଭିଡ ଓ ଲୀନା ତ୍ରିପାଠୀ ବିଚାରକ ତଥା ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଲେଡୀ ଲାୟନ ତରଫରୁ ଅଧ୍ୟକ୍ଷା ବନ୍ଦିତା ମହନ୍ତ ଙ୍କ ଆବାହକତ୍ଵ ରେ ଆୟୋଜିତ ଦାଣ୍ଡିଆ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମରେ ସିଆରପିଏଫର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ,ସୁମନ ଜାଲୱନିଆ ଓ ଜଗଦୀପ ରାନ୍ଧୱ। ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *