ଲୋକସେବା ଭବନରୁ କାର୍ଯ୍ୟାରମ୍ଭ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର, ୨୮/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ ଲୋକସେବା ଭବନର ପ୍ରଥମ ମହଲାର ୪ ଓ ୫ ନମ୍ବର ରୁମ୍‌ ରେ ଆନୁଷ୍ଠାନିକ ଭାବେ ଆସୀନ ହୋଇ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ତାଙ୍କର କାର୍ଯ୍ୟାରମ୍ଭ କରିଛନ୍ତି । ପ୍ରାରମ୍ଭରେ ମା’ଶାରଳାଙ୍କ ପୀଠରୁ ଆସିଥିବା ବ୍ରାହ୍ମଣମାନଙ୍କ ଦ୍ୱାରା ମନ୍ତ୍ର, ପୂଜାପାଠ ଓ ହୋମଯଜ୍ଞ କରାଯାଇଥିଲା । ମା’ଲକ୍ଷ୍ମୀ ଓ ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ତଥା ବ୍ରାହ୍ମଣମାନଙ୍କ ଠାରୁ ଆଶିଷ ନେଇ ମନ୍ତ୍ରୀ ତାଙ୍କ କାର୍ଯ୍ୟାରମ୍ଭ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *