ବିଚାରପତି ନିରଞ୍ଜନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା, ୧୮/୦୯/୨୦୨୫(ଓଡ଼ିଶା ସମାଚାର)- ଜିଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଜିଲାଜଜ୍ ସ୍ୱର୍ଗତ ନିରଞ୍ଜନ ନାୟକଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, ଭୀମସେନ ଭୂୟାଁ, ସମ୍ପାଦକ ଶୁସିଲ କୁମାର ସାମଲ,ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା, କବି ଅବନ୍ତୀ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଧରଣୀଧର ସୁଆର, ସମାଜସେବୀ ରଣଧିର ଜେନା, ଆଇନଜୀବୀ ଧିରେନ ସାହୁ, ସୌକତ ଖାନ, ଗୋଲଖ ଚନ୍ଦ୍ର ବେହେରା, ଆଶିଷ ସେନାପତି, ଗୋଲଖ ଚନ୍ଦ୍ର ପଢିଆରୀ ପ୍ରମୁଖ ବହୁ ଲୋକ ଯୋଗଦେଇ ଅବସରପ୍ରାପ୍ତ ଜଜ ସ୍ୱର୍ଗତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୁକ୍ତାର ଖାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବୀ ଶ୍ରୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *