ଭୁବନେଶ୍ୱର, ୪/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ବନ୍ଧୁତା ର ଦିବସ ୪ ଅଗଷ୍ଟ ରବିବାର ରେ ରାଇସ୍ ବାଉଲ୍ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସୁନ୍ଦର କାର୍ଯ୍ୟକ୍ରମ ରେ ଛେନା ପୋଡ଼ କଟାଯାଇଥିଲା। ସମସ୍ତେ ସମସ୍ତଙ୍କୁ ବନ୍ଧୁତ୍ୱ ର ଢାଗା ବାନ୍ଧିଥିଲେ। ମନୋରଞ୍ଜନ ପାଇଁ ନାଚ ଗୀତର ଆୟୋଜନ କରାଯାଇଥିଲା। ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ବହୁତ ଖୁସି ଦେଇଥିଲା। ଏହି କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିସ ଫୋରମ୍ ର ସମସ୍ତ ସଦସ୍ୟାମାନେ ଯଥା ସୋଭେଦିତା ରୟ, ଦିପ୍ତି ବେହେରା, ଲକ୍ଷ୍ମୀପ୍ରିୟା ମିଶ୍ର, ରୀନା ନାୟକ, ରାନୁବାଳା, ଗୋବିନ୍ଦ ପାତ୍ର, ରୀନା ନାୟକ, ସରିତା ପଟ୍ଟନାୟକ, ଦିପ୍ତିପ୍ରଭା ରଥ, ଅବିନାଶ, ଗୋବିନ୍ଦ ପାତ୍ର, ବନ୍ଦନା ଦାଶ କାନୁନଗୋ, ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦିଲିପ ପରିଡ଼ା, ତ୍ରୀବେଣୀ ଗାଙ୍ଗୁଲି ସଙ୍ଗୀତ ପରିବେଷଣ କରିଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।