୨୨ ଜିଲ୍ଲାରେ ନିର୍ମାଣ ହେବ ୧୫୦ଟି ବହୁମୁଖୀ ସାଂସ୍କୃତିକ କମ୍ୟୁନିଟି ସେଂଟର

୪୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫/୧୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ୧୫୦ଟି ବହୁମୂଖୀ ସାଂସ୍କୃତିକ-କମ୍ୟୁନିଟି ସେଂଟର ନିର୍ମାଣ ଲାଗି ଅନୁମତି ପ୍ରଦାନ କରିବା ସହ ନିର୍ମାଣ କାର୍ୟ୍ୟ ଲାଗି ୪୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ରାଜ୍ୟର ୨୨ ଜିଲ୍ଲାରେ ସାଂସ୍କୃତିକ କମ୍ୟୁନିଟି ସେଂଟର ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟର ପ୍ରତ୍ୟେକ ସମ୍ପ୍ରଦାୟର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି । ଏହି ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ସଂରକ୍ଷଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଲକ୍ଷ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସରକାର ୪୫ କୋଟି ଟଙ୍କା ବ୍ୟୟରେ ସାଂସ୍କୃତିକ-କମ୍ୟୁନିଟି ସେଂଟର ନିର୍ମାଣ କରାଯିବ । ମୁସଲିମ୍, ଖ୍ରୀଷ୍ଟିଆନ୍, ବୌଦ୍ଧ ଓ ସିଖ ସମ୍ପ୍ରଦାୟ ପାଇଁ କମ୍ୟୁନିଟି ସେଂଟର ନିର୍ମାଣ କରାଯିବ । ଏହି ସେଂଟର ନିର୍ମାଣ ହେଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନିଜ ନିଜର ପାରମ୍ପାରିକ କାର୍ୟ୍ୟକ୍ରମ ଆୟୋଜନ ପାଇଁ ଆଉ ସ୍ଥାନାଭାବ ସମସ୍ୟା ଭୋଗିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *