ବିସ୍ଥାପିତ ମହିଳାମାନଙ୍କ ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା

ଲାଞ୍ଜିଗଡ଼ ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇଥିବା ବାର ଜଣ ବିଧବା ମହିଳାଙ୍କ ଅହୋରାତ୍ର ଧାରଣା ଜାରି ରହିଛି  । ଏହି  ଆନ୍ଦୋଳନ ୫ମ ଦିନରେ ପହଂଚିଥିବା ଜଣାଯାଇଛି । ତାଙ୍କ ସ୍ୱାମୀମାନେ ବିଗତ ଦିନରେ ବେଦାନ୍ତ କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ବରଣ କରିଥିଲେ । ହେଲେ ସ୍ୱାମୀ ମାନଙ୍କ ମୃତ୍ୟୁ ପରେ ଏହି ବାର ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି । ତାଙ୍କ ସ୍ୱାମୀ ମାନଙ୍କ ଚାକିରୀ ସେମାନଙ୍କୁ ଦେବାପାଇଁ ବେଦାନ୍ତ କର୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରି ଆସୁଥିଲେ ସୁଦ୍ଧା ବେଦାନ୍ତ କର୍ତୃପକ୍ଷ ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଗୁହାରି କେହି ଶୁଣୁନାହାନ୍ତି । ଏପଟେ ଜିଲାପାଳ କାର୍ଯ୍ୟଳୟ ସମ୍ମୁଖରେ ୧୨ ମହିଳା ଧାରଣା ଦେଉଥିବା ବେଳେ ବେଦାନ୍ତ ବିସ୍ଥାପିତ କଲୋନୀର ସମସ୍ତ ମହିଳା ବେଦାନ୍ତ କାରଖାନାର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣା ଦେଇଛନ୍ତି ।  ଫଳରେ କୌଣସି କର୍ମଚାରୀ କାରଖାନା ଭିତରକୁ ପ୍ରବେଶ କରିପାରୁ ନାହାନ୍ତି । ଏପର୍ଯ୍ୟନ୍ତ ଜିଲା ପ୍ରଶାସନ କିମ୍ବା ବେଦାନ୍ତ କର୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରି ନ ଥିବାବେଳେ. ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି  । ଅନ୍ୟ ପକ୍ଷରେ ଜିଲା ପ୍ରଶାସନ ଓ ବେଦାନ୍ତ କର୍ତୃପକ୍ଷଙ୍କ ଆନ୍ତରିକତାକୁ ନେଇ ବିଭିନ୍ନ କ୍ଷେତ୍ରରେ ନିନ୍ଦା କରାଯାଇଛି । ଯେଉଁମାନେ ବେଦାନ୍ତ କମ୍ପାନୀର ଉନ୍ନତି କରିବା ସମୟରେ ତାଙ୍କ ଜୀବନ ଚାଲି ଯାଇଛି , ସେହି ସହିଦ ମାନଙ୍କ ପରିବାରକୁ ଥଇଥାନ କରିବାକୁ ଏତେ ନିର୍ଦୟ କାହିଁକି ବୋଲି ଅଂଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *