ନିଶ୍ଚିନ୍ତକୋଇଲି,୦୮/୦୯/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟରପଡା ଛକ ରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ରାସ୍ତାରୋକ। ପୋଲିସ ପହଂଚି ବୁଝାସୁଝା ପରେ ହଟିଲା ରାସ୍ତାରୋକ। ଘଟଣା ରୁ ପ୍ରକାଶ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଂଚୟତ ସାଙ୍କିଲ ଗାଁ ର ରାହୁଲ ମଳିକ ପିତା ନିତ୍ୟାନନ୍ଦ ମଳିକ ମାମୁଁ ଘର କେନ୍ଦ୍ରାପଡା ସଲାର କୁ ଯାଇ ରାତ୍ରି ରେ ଘରକୁ ଫେରୁଥିବା ଅବସ୍ଥାରେ ଅଜଣା ଗାଡି ଧକ୍କା ରେ ମୃତ୍ୟୁ ବରଣ କରିଥିଲେ।
କେନ୍ଦ୍ରାପଡା ପୋଲିସ ପହଂଚି ଶବକୁ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲା। ପରେ ଉତ୍ୟକ୍ତ ସ୍ଥାନୀୟ ଲୋକ ମାନେ ଶବକୁ ରାସ୍ତାରେ ରଖି ରାସ୍ତା ରୋକ କରିଥିଲେ ।ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ହେଲେ ଗୋଟିଏ ଭଉଣୀ କୁ ଛାଡିଦେଲେ ମୃତକ ର ପରିବାର ରେ କେହି ନାହାନ୍ତି। ଏକ ପ୍ରକାର ନିସ୍ବ ପରିବାର।ନ୍ୟାୟ ମିଳିବା ଆଶାରେ ରାସ୍ତାରୋକ ହୋଇଥିବା ବେଳେ ତହସିଲଦାର,ପୋଲିସ ବୁଝାସୁଝା ଓ ଆର୍ଥିକ ସହାୟତା ପରେ ରାସ୍ତାରୋକ ହଟିଥିଲା।
