ଜଗତସିଂହପୁର, ୦୪/୯/୨୦୨୪ (ଓଡ଼ିଶା ସମାଚାର)-ଆସନ୍ତା ସେପ୍ଟେମ୍ବର ୯ ତାରିଖ ରେ ଏରସମା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣୀ ସେପ୍ଟେମ୍ବର ୧୦ ତାରିଖକୁ ସ୍ଥିରୀକୃତ କରାଯାଇଛି। ପ୍ରକାଶ ଥାଉକି , ସେପ୍ଟେମ୍ବର ୯ ତାରିଖ କୁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଛୁଟି ଘୋଷଣା କରିଛନ୍ତି। ସେହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଓ ଜନ ଅଭିଯୋଗ ଶୁଣାଣୀ ସେପ୍ଟେମ୍ବର ୯ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୧୦ ତାରିଖ ରେ ଅନୁଷ୍ଠିତ ହେବ।