କଟକ,୦୪/୯/୨୦୨୪ (ଓଡ଼ିଶା ସମାଚାର)-୪୨ ମୌଜା ମଣ୍ଡଳ ବେଣ୍ଟକାର ପଞ୍ଚାୟତ ବିଜେପି ପକ୍ଷରୁ ଉପସ୍ଥିତ ବେଣ୍ଟକାର ଶକ୍ତି କେନ୍ଦ୍ରର ସଭ୍ୟସଭ୍ୟା ମାନଙ୍କୁ ନେଇ ସ୍ଥାନୀୟ ଶ୍ରୀ ଶ୍ରୀ ବନ୍ତେଶ୍ୱର ମହାଦେବ ପୀଠରେ ନୂତନ ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସଭ୍ୟମାନଙ୍କୁ ଆଗାମୀ ନୂତନ ସଭ୍ୟ ସଂଗ୍ରହ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି । ସମସ୍ତ ସଭ୍ୟସଭ୍ୟା ମାନେ ଦଳୀୟ ଶୃଙ୍ଖଳାକୁ ମାନି କାର୍ଯ୍ୟ କରିବା ପାଇଁ ଅଙ୍ଗୀକାର ବଦ୍ଧ ହେଲେ । କୋର କମିଟି ସଭାପତି ଇଂ.ଅଶୋକ କୁମାର ବିଶ୍ବାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସୁଭନ୍ୟାଶ ମହାନ୍ତି,ପୁଷ୍ପାଞ୍ଜଳି ବିଶ୍ୱାଳ,ସୁପ୍ରଭା ବିଶ୍ବାଳ, ବିନୟ ପତି,ଅମିତାଭ ବିଶ୍ଵାଳ,ଚିନ୍ମୟ ମହାପାତ୍ର,ଗାନ୍ଧୀ ଗୁରୁ ଦାସ,ଜୟଶ୍ରୀ ଭୋଇ,ନିରଂଜନ ସେନାପତି,ଶୁଭଶ୍ରୀ ସାସେନି,ଗୌରୀ ଶଙ୍କର ମଲ୍ଲିକ,ସୁପ୍ରିୟା ମହାନ୍ତି,ଗୀତାଞ୍ଜଳି ସେନାପତି,ମିତା ବିଶ୍ବାଳ,ଲକ୍ଷ୍ମୀପ୍ରିୟା ସାସେନି,ପ୍ରମିଳା ବିଶ୍ବାଳ,ସବିତା ସେଠୀ, ମିନତୀ ସେଠୀ,କବିତା ସେଠୀ,ସୁମିତ୍ରା ସେଠୀଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ସେପ୍ଟେମ୍ୱର ୧ ରୁ ସେପ୍ଟେମ୍ୱର ୨୫ ଓ ଅକ୍ଟୋବର ୧ ରୁ ଅକ୍ଟୋବର ୧୫ ପର୍ୟ୍ୟନ୍ତ ଅନୁଷ୍ଟିତ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ ପୂର୍ବକ ଏକ କୋଟିରୁ ଉର୍ଦ୍ଧ୍ବ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବାକୁ ସଭାପତି ବରିଷ୍ଠ ରାଜନୀତିଜ୍ଞ ଇଂ.ବିଶ୍ଵାଳ ଆହ୍ବାନ ଦେଇଛନ୍ତି ।