ମନ୍ତ୍ରୀ ଙ୍କ ଦ୍ଵାରା ୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ

ଭୁବନ ୦୬/୧୨/୨୦୨୩ (ଓଡ଼ିଶା ସମାଚାର)– ଭୁବନ ବ୍ଲକ ଏବଂ ଏନ୍ ଏ ସି ରେ ୮ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଆଜି ବୁଧବାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷା ନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୁଦ୍ଧେଶ୍ଵର ପାର୍କ ସୌନ୍ଦର୍ଯ୍ୟ କରଣ ନିମନ୍ତେ ୨ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ବାଉଣ୍ଡରି ୱାଲ, ସିକ୍ୟୁରିଟି ଗୃହ ,ପେଭର ବ୍ଲକ ରାସ୍ତା, ଲନ, ଟଏଲେଟ,ୱାଚ ଟାୱାର ବ୍ୟାୟାମ ଶାଳା ଓ କ୍ରୀଡ଼ା ଉପକରଣ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ କରିଥିଲେ। ପରେ ସହିଦ ବାଜି ରାଉତ ଙ୍କ ଗ୍ରାମ ନିଳକଣ୍ଠପୁର ରେ ୧ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ବାଜି ରାଉତ ପାର୍କ ର ଶିଳାନ୍ୟାସ କରିଥିଲେ। ଶେଷରେ ଏକତାଳି ଗ୍ରାମରେ ୪ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟରେ ମିନି ଷ୍ଟାଡିୟମ୍ ଓ ପାଠାଗାର ନିମନ୍ତେ ଶିଳାନ୍ୟାସ କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଜରିଆରେ ନିର୍ମାଣ ହେବ ଓ ୯ ମାସ ମଧ୍ୟରେ ଶେଷ ହେବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସାହୁ ଙ୍କ ସମେତ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ମହୁଲପାଳ – କଣପାଳ ସରପଞ୍ଚ ଲିପ୍ସା ରାଉତ,ସମିତି ସଭ୍ୟ ଆଶାଲତା ତରାଇ ,ସନ୍ତୋଷ କୁମାର ମଲ୍ଲିକ, ଏକତାଳି ସରପଞ୍ଚ ଝିଲିପ୍ରଭା ବେହେରା,ସମିତି ସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ସରୋଜିନୀ ଦ୍ବିବେଦୀ,ଅମୂଲ୍ୟ ଦ୍ବିବେଦୀ,ସୁଶାନ୍ତ କୁମାର ପୃଷ୍ଟି,ସଞ୍ଜୀବ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *