ଆରାଧନାର ସସ୍ନେହା ସମ୍ମାନ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର, ୨୨/୮/୨୦୨୪ (ଓଡ଼ିଶା ସମାଚାର)- ଆରାଧନା ଡ୍ୟାନ୍ସ ଏକାଡ଼େମୀ ପକ୍ଷରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ସଙ୍ଗୀତଭିତିକ କାର୍ଯ୍ୟକ୍ରମ ଦ୍ୱିତୀୟ ସସ୍ନେହା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରାଧନାର ସମ୍ପାଦକ ଚିତ୍ରସେନ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସ୍ୱାଇଁ, ପ୍ରଥମ ନିର୍ଦ୍ଧେଶକ କେନ୍ଦ୍ର ପାରା ମିଲେଟାରୀ ସ୍ୱାସ୍ଥ୍ୟସେବା ଅଧିକାରୀ ଡ. ରାଜେନ୍ଦ୍ରନାଥ ସାମନ୍ତରାୟ, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ, ଏସଏନ୍ ଆୱାଡ଼ି ଗୁରୁ ଶ୍ରୀମତୀ ଆଲୋକ କାନୁନଗୋ ପ୍ରମୁଖ ଯୋଗଦାନ କରିଥିଲେ ।
ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅଭିପ୍ସା ପାତି ଭୁବନେଶ୍ୱର, ଅଙ୍ଗୀକ ଅନୁଷ୍ଠାନର ଗୁରୁ ଶ୍ରୀମତୀ ଶ୍ରାବଣୀ ମିତ୍ର, ସୂର୍ଯ୍ୟ ଗୁରୁକୁଳ ଟ୍ରଷ୍ଟର ଗୁରୁ ଶ୍ରୀମତୀ ସଙ୍ଗୀତା ଛୋଟରାୟ ପ୍ରମୁଖ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଡଃ ସ୍ନେହପ୍ରଭା ସାମନ୍ତରାୟ ପଦ୍ମଶ୍ରୀ ଗୁରୁ ଶ୍ରୀମତୀ ଗୀତା ମହାଳିକଙ୍କୁ ସସ୍ନେହା ସମ୍ମାନରେ ସମ୍ମାନିତ କରିଥିଲେ ।
ଅନୁଷ୍ଠାନର କର୍ମକର୍ତା ସ୍ମୃତିମୟୀ, ସୌମିର୍ଲି ଦେ, ମଧୁସ୍ମିତା ପ୍ରଧାନ, କରୁଣାକର ସ୍ୱାଇଁ, ବିଦୁ୍ୟଲତା ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ଡଃ ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଡଃ ଶ୍ରୀନିବବାସ ଘଟୁଆରୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *