ଶ୍ରୀ ବିଦ୍ୟାଭାଟିକା ଇଂରାଜୀ ସ୍କୁଲ ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ।

 ଯାଜପୁର, ୨୦/୮/୨୦୨୪ (ଓଡ଼ିଶା ସମାଚାର)- ସକ୍ଷମ ପୂର୍ବ ଓଡିଶା ଓ ପ୍ରଜ୍ଞା ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ଶ୍ରୀ ବିଦ୍ୟାଭାଟିକା ଇଂରାଜୀ ମିଡିୟମ ସ୍କୁଲ୍ ପରିସର ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସକ୍ଷମ ପୂର୍ବ ଓଡିଶାର ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, ଯାଜପୁରର ବରିଷ୍ଠ ସାମ୍ବାଦିକ ଶ୍ରୀ ଆନନ୍ଦ ଚରଣ ସାହୁ, ସକ୍ଷମ ପୂର୍ବ ଓଡିଶାର ରାଜ୍ୟ ସଭାପତି ଇଞ୍ଜିନିୟର ସତ୍ୟବ୍ରତ ସାହୁ ଓ ସକ୍ଷମ ପୂର୍ବ ଓଡିଶାର ରାଜ୍ୟ ଉପ ସଭାପତି ଶ୍ରୀ ବୀରକିଶୋର ମାହୁନ୍ତ ଯୋଗଦାନ କରିଥିଲେ। ଶ୍ରୀ ବିଦ୍ୟାଭାଟିକା ସ୍କୁଲ ତରଫରୁ ଡଃ. ହରପ୍ରସାଦ ନନ୍ଦ ଓ ପ୍ରିନ୍ସିପାଲ ସ୍ମିତାଶ୍ରୀ ମାହୁନ୍ତ ଉତରୀୟ ଏବଂ ଫୁଲଗଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଶିବିରରେ ମାଗଣା ଚକ୍ଷୁ ପରୀକ୍ଷା ସହିତ ଚଷମା ବିତରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଚିହ୍ନଟ ମୋତିଆବିନ୍ଦୁ ରୋଗୀଙ୍କୁ ଭୂମିକା ଆଇ ହସ୍ପିଟାଲ  କାର୍ଯ୍ୟକର୍ତା  ଙ୍କ ସାହାଯ୍ୟ   ରେ ଅସ୍ତ୍ରୋପଚାର ପାଇଁ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନର ସଭ୍ୟମାନେ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରିବା ସହିତ ସେମାନଙ୍କର ମତାମତ ମଧ୍ୟ ଉପସ୍ଥାପନା କରିଥିଲେ।

Leave a Reply

Your email address will not be published. Required fields are marked *