ଜୁନାଗଡ଼, ୦୪/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଲାହାଣ୍ଡି ଜିଲ୍ଲାର ଜୁନାଗଡ଼ର ଐତିହାସିକ ପୀଠ ମାଁ ଲଙ୍କେଶ୍ୱରୀ ମନ୍ଦିର ର ପାରିପାର୍ଶୀକ ଉନ୍ନତି କରଣ ଓ ସୌନ୍ଦର୍ୟ୍ୟ କରଣ ଓ ରୁପାନ୍ତରଣ ପାଇଁ ସହାୟତା ଯୋଜନାରେ ଅଢେଇ କୋଟି ଟଙ୍କା ପ୍ରଦାନ ହୋଇଥିବା ରାଶି ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭୂମି ପୂଜନ ଉତ୍ସବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ତତ୍ବ।ବଧାନରେ ଶହ ଶହ ଜନସାଧାରଣ ଯୋଗଦେଇଥିଲେ । କଳାହାଣ୍ଡି ର ପୁରାତନ ରାଜଧାନୀ ଜୁନାଗଡ଼ ର ଅଧିଷ୍ଠାତ୍ରୀ ଗଡ଼ଦେବୀ ତଥା ଆସ୍ଥା ର ଶକ୍ତିପୀଠ ମାଁ ଲଙ୍କେଶ୍ୱରୀ ଙ୍କ ପ୍ରାଚିନ ମନ୍ଦିରର ଉନ୍ନତି କରଣ ଫଳରେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ଅନେକ ସୁବିଧା ଓ ମନ୍ଦିର ର ଆଧୁନିକରଣ ତଥା ସୌନ୍ଦର୍ୟୀ କରଣ ପାଇଁ ଅନୁଦାନ ଫଳରେ ଅଂଚଳବାସି ଙ୍କ ମନରେ ଅନେକ ଉତ୍ସାହ ଦେଖା ଦେଇଛି । ଏହି କାର୍ୟ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ, ଗିରୀଶ ଚନ୍ଦ୍ର ବେହେରା ସଭାପତି ବି ସି ସି ବି ବ୍ୟାଙ୍କ କଳାହାଣ୍ଡି, ସୁଧୀରକ୍ଷ ମେହେର ଉପାଧ୍ୟକ୍ଷା ଜିଲ୍ଲା ପରିଷଦ, ସବିତା ମେହେର୍ ଅଧ୍ୟକ୍ଷା ଜୁନାଗଡ ପଞ୍ଚାୟତ ସମିତି , ପ୍ରମୋଦ ବେହେରା ଉପାଧ୍ୟକ୍ଷ ପଞ୍ଚାୟତ ସମିତି ଜୁନାଗଡ, ହିଁମାଦ୍ରୀ ନାଏକ ଉପାଧ୍ୟକ୍ଷା ଏନ୍ ଏ ସି ଜୁନାଗଡ,ବହୁଜନ ସଂଗ୍ରାମ ସମିତି ସଭାପତି , ବାଙ୍କ ରାଜପୁତ ସମାଜ ସଭାପତି ,ବ୍ଲକ ବିଜେଡି ସଭାପତି ପ୍ରେମାନନ୍ଦ ଘି, ସରପଞ୍ଚ ସଂଘ ସଭାପତି, ତାରା ପ୍ରସାଦ ରାୟଗୁରୁ ପ୍ରମୁଖ ଙ୍କ ସହିତ ବିଭିନ୍ନ ସାମାଜ ର ସଭାପତି ମଞ୍ଚାସୀନ ଥିଲେ ,ଏଥିସହ ବ୍ଲକର ବିଭିନ୍ନ ଗ୍ରାମଦେବୀ ପୂଜକ, ଦିଶାରୀ,ଜାନୀ ଓ ପୂଜକ ଉପସ୍ଥିତ ରହିଥିଲେ।କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ପୂର୍ବତନ ଏନଏସି ନଗରପାଳ ମହେଶ ସାହୁ।ଏହି ଭୂମି ଭୂମିପୂଜନ କାର୍ୟ୍ୟକ୍ରମରେ ମହିଳା ସଂଗଠନର ସଦସ୍ୟା ଓ ବିଭିନ୍ନ ଅଂଚଳରୁ ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।