ଓଡ଼ିଆ ସାମ୍ବାଦିକତା ଦିବସରେ ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଚ୍ଛା  

ଭୁବନେଶ୍ୱର, ୪/୮/୨୦୨୪ (ଓଡ଼ିଶା ସମାଚାର)-ଆଜି ଓଡ଼ିଆ ସାମ୍ବାଦିକତା ଦିବସ। ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶାରେ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ। କାରଣ ଏହିଦିନ ଜନ୍ମ ନେଇଥିଲା ପ୍ରଥମ ଓଡ଼ିଆ ମୁଦ୍ରିତ ସମ୍ବାଦପତ୍ର ‘ଉତ୍କଳ ଦୀପିକା’। ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ‘ଏକ୍ସ’ରେ ସେ ଲେଖିଛନ୍ତି, ‘‘୧୮୬୬ ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା। ‘ଓଡ଼ିଆ ସାମ୍ବାଦିକତା ଦିବସ’ ଅବସରରେ ଓଡ଼ିଆ ଭାଷାରେ ସମ୍ବାଦ ପରିବେଷଣ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରୁଥିବା ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କୁ ସାଧୁବାଦ୍।’’

https://x.com/CMO_Odisha/status/1819962675100557805

Leave a Reply

Your email address will not be published. Required fields are marked *