ଭଦ୍ରକ,୦୨/୦୯/୨୦୨୫(ଓଡ଼ିଶା ସମାଚାର)- ବନ୍ତ ବ୍ଲକ ଷେଣ୍ଢତିରା ଗଣେଶ ୟୁଥ୍ କ୍ଲବ୍ ସହଯୋଗରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ବିଶିଷ୍ଠ ନାଟ୍ୟକାର ତଥା ବିଜେପି ଭଣ୍ଡାରିପୋଖରୀ ବିଧାନ ସଭା ନେତା ଡ.ସୁଧାଶୁଂ ଶେଖର ନାୟକ ଉଦ୍ଘାଟନ କରି କହିଲେ, ଗଣେଶ ୟୁଥ୍ କ୍ଲବ୍ ସେବା ମନୋଭାବ ନେଇ କାର୍ଯ୍ୟ କରୁଥୁବା ବେଳେ ଚକ୍ଷୁ ଓ ରକ୍ତଦାନ ପରି ଶିବିର ଆୟୋଜନ କରିବାର ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷା ରେବତୀ ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।
ଭଦ୍ରକ ପାଣିଗ୍ରାହୀ ଆଇ କେୟାର ପକ୍ଷରୁ ଅନୁଷ୍ଠିତ ଶିବିରରେ ୪୭ ଜଣ ବୟସ୍କ ବୃଦ୍ଧ ବୃଦ୍ଧା ଚକ୍ଷୁ ପରୀକ୍ଷା କରିଥିଲେ । ସେଥିମଧ୍ୟରୁ ୧୩ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ଶାନିଭା ପ୍ରିୟଦର୍ଶନୀ କର, ଶୁଭଲକ୍ଷ୍ମୀ ବାରିକ୍, ରଶ୍ମିତା ମୁର୍ମୁ, ବସନ୍ତ କର ପରୀକ୍ଷା କରିଥିଲେ । କ୍ଲବର ରଶ୍ମିରଞ୍ଜନ ସେନାପତି, ଅମରେଶ ଖଣ୍ଡେଇ, ସଞ୍ଜିବ ଖଣ୍ଡେଇ, ଶଶିକାନ୍ତ ଜେନା, ସୁନିଲ୍ ସେନାପତି, ଓମ୍କାର ଖଣ୍ଡେଇ, ଶ୍ରୁତି୍ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
