ବାଣିଜ୍ୟ ବିଭାଗ ପକ୍ଷରୁ କେନ୍ଦ୍ରାପଡା କଲେଜରେ ଜାତୀୟ ସମ୍ପାନ

ମାର୍କ ବଦଳରେ ଦକ୍ଷତା, ଜ୍ଞାନ ଓ ପାରିଦର୍ଶିତା ଶିକ୍ଷାର ଆବଶ୍ୟକତା ରହିଛି
କେନ୍ଦ୍ରାପଡ଼ା, ୧୪/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ “ବାଣିଜ୍ୟ ଦୋଛକିରେ: ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଓ ଧାରଣୀୟ ବିକାଶର ଅନ୍ତଃବିଭାଗୀୟ ଦୃଷ୍ଟିକୋଣ(କମର୍ସ ଆଟ୍ ଦ କ୍ରସରୋଡସ:ଇର ଡିସପ୍ଲିନାରୀ ପ୍ରସପେକ୍ଟିଭ ଅଫ କମର୍ସ, ଟେକନୋଲୋଜି ଆଣ୍ଡ ସଷ୍ଟେନବିଲିଟି)” ଶୀର୍ଷକ ଏକ ଜାତୀୟ ସମ୍ପାନ କଲେଜ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି । ସମ୍ପାନର ଯୁଗ୍ମ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ପାନକୁ ମୁଖ୍ୟଅତିଥି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ବାଣିଜ୍ୟ ବିଭାଗ ମୁଖ୍ୟ ତଥା ଏ.ଏସ.ବି.ଏମ. ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ରଞ୍ଜନ କୁମାର ବଳ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି କହିଲେ ମାର୍କ ବଦଳରେ ଦକ୍ଷତା, ଜ୍ଞାନ ଓ ପାରଦର୍ଶିତା ଭିତିକ ଶିକ୍ଷାର ଆବଶ୍ୟକତା ରହିଛି । ସେ ଆହୁରି କହିଲେ ଯେ ବାଣିଜ୍ୟ ବିଭାଗରେ ମୂଲ୍ୟବୋଧ ଭିତିକ ଶିକ୍ଷାର ଆବଶ୍ୟକତା ଜରୁରୀ ।

ଯାହାକି ଛାତ୍ରଛାତ୍ରୀମାନଙ୍କୁ ଚାକିରୀ ଉପଯୋଗୀ କରିବା ସହ ବାଣିଜ୍ୟ ଶିକ୍ଷାକୁ ଲୋକାଦୃତ କରିପାରିବ ବୋଲି ଡ. ବଳ କହିଥିଲେ । ବାଣିଜ୍ୟ ବିଭାଗ ମୁଖ୍ୟ ତଥା ସମ୍ପାନର ସାଂଗଠନିକ ସମ୍ପାଦକ ପ୍ରାଧ୍ୟାପିକା ୱାଇ. ପଦ୍ମାବତୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଛତିଶଗଡ ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ଭେଙ୍କଟେଶ୍ୱର ରାଓ ଭାନୋତୁ କହିଲେ ଧାଡିର ଶେଷରେ ଛିଡାହୋଇଥିବା ଲୋକଟି କୁ ପ୍ରାଧାନ୍ୟ ଦେବା ଉଚିତ । ଯାହା ଦ୍ୱାରାକି ଆମର ଅନ୍ତନିବେଶୀ ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ କିଶୋର କୁମାର ଦାସ, ଡ. ରବିନ୍ଦ୍ର କୁମାର ସ୍ୱାଇଁ ଯୋଗଦେଇ ନିଜର ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ । ଆଇକୁ୍ୟଏସି ସଂଯୋଜିକା ଡ. ଦିପ୍ତୀ ରାୟ ସମ୍ପାନର ଫଳାଫଳ ସଂକ୍ରାନ୍ତୀୟ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଆବାହକ ଅଧ୍ୟାପକ ଡ. ସୁରେଶ ଚନ୍ଦ୍ର ଦାସ ବିଷୟବସ୍ତୁ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଅପରାହ୍ନରେ ୩ଗୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

ଏହି ଅଧିବେଶନ ଗୁଡିକରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏହି ଅବସରରେ ବିଭାଗର ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥିସହିତ ବାଣିଜ୍ୟ ବିଭାଗର ସମସ୍ତ ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅଧିବେଶନ ଗୁଡିକରେ ଅଧ୍ୟାପିକା ଜୟଶ୍ରୀ ଜେଥି, ଡ. ମହମ୍ମଦ ଖୁରସିଦ୍, ପ୍ରାଧ୍ୟାପକ ସୂର୍ଯ୍ୟଦେବ, ଡ. ଲକ୍ଷ୍ମୀଧର ସାମଲ, ଡ. ଭାଗବତ ବେହେରା ଓ ଡ. ଜ୍ଞାନରଞ୍ଜନ ଦାସ ପ୍ରମୁଖ ଅଧ୍ୟକ୍ଷତା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, କୈଳାସ ଚନ୍ଦ୍ର ବରାଳ, ପୁରାତନ ଛାତ୍ରସଂସଦ ସଭାପତି ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପରିଡା, ଉପସଭାପତି ଡ. ପ୍ରଦୀପ୍ତ କିଶୋର ଦାଶ, ସମ୍ପାଦକ ଡ. ପ୍ରମୋଦ ଦାସ,ଡ. ପ୍ରଭାକର ମଲ୍ଲିକ, ପ୍ରାଧ୍ୟାପକ ଡ. ଗିରିଶ ଚନ୍ଦ୍ର ପାତ୍ର, ଡ. କୈଳାସ ଚନ୍ଦ୍ର ଲେଙ୍କା, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, ଗୋକୁଳି ଚନ୍ଦ୍ର ଜେନା, ବିରେନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ କଲେଜ ଅଧ୍ୟାପକ ଲେଫ୍ଟନାନ୍ଟ ରଜନୀକାନ୍ତ ତ୍ରିପାଠୀ, ମନୋଜ ପ୍ରଧାନ, ବାବୁଲା ବେହେରା, ଗିରିଶ କୁମାର ସାହୁ, ସୁକାନ୍ତ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *