ଭୁବନରେ ମହାପ୍ରଭୁ ଙ୍କ ସୁନା ବେଶ 

ଭୁବନ ୧୭ /୭/୨୦୨୪ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ସୁନା ବେଶ ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥ ଖଳାରେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସମସ୍ତ ନୀତି କାନ୍ତି ସମ୍ପନ୍ନ କରାଯାଇ ସେବକ ଙ୍କ ଦ୍ଵାରା ସନ୍ଧ୍ୟାରେ ମହାପ୍ରଭୁ ଜଗନ୍ନାଥ,ବଡ଼ ଠାକୁର ବଳଭଦ୍ର,ଦେବୀ ସୁଭଦ୍ରା ଙ୍କୁ ବେଶ କରାଯାଇଥିଲା । ପରିଚାଳନା କମିଟି ସଭପତି ଙ୍କ ସମେତ ସମସ୍ତ କର୍ମକର୍ତ୍ତା, ସେବାୟତ,ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ,ମାତୃ ମଣ୍ଡଳୀ ଓ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିଲେ । ସନ୍ଧ୍ୟା ୭ ଘଟିକା ସମୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସୁନାବେଶ ଉତ୍ସବ ପାଳନ କରାଯାଇଥିଲା । ଟ୍ରଷ୍ଟ ସଭାପତି ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ,ଆଦ୍ୟ ସେବକ ରାମଚନ୍ଦ୍ର ରାଉତ,ମୁଖ୍ୟ ପୁରୋଧା ତୁଷାରକାନ୍ତି ମିଶ୍ର,ଉପଦେଷ୍ଟା ଗୋପୀନାଥ ମହାନ୍ତି,ଦିଲ୍ଲୀପ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମ୍ପାଦକ ନିରଞ୍ଜନ ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ମୁଖ୍ୟ ଅତିଥି ଙ୍କୁ ସୁନାବେଶ ଫଟୋଚିତ୍ର ଉପହାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *